ଆଇମା’ କାହାଣୀ ଆଉ ଶୁଣାଅନି – ଜୟ ନାରାୟଣ ମିଶ୍ର
ଭୁବନେଶ୍ୱର : ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ନବ ଦାସ ହତ୍ୟା ମାମଲାର ତଦନ୍ତକୁ ନେଇ ପୁଣି ଥରେ ବର୍ଷିଛନ୍ତି । ସେ କହିଛନ୍ତି ଯେ ଏହି ମାମଲାରେ ତଦନ୍ତ ନାମରେ ଓଡ଼ିଶା ପୋଲିସ ଆଇ ମା’ କାହାଣୀ ଶୁଣାଉଛି । ସେ କହିଛନ୍ତି ଯେ ଦୈନିକ ନୂଆ ନୂଆ କାହାଣୀ ଶୁଣାଇବା ବନ୍ଦ ହେଉ । ସେ କହିଛନ୍ତି ଯେ ଓଡ଼ିଶା ପୋଲିସ ନାଁରେ ଅଭିଯୋଗ ଅଛି । ଆଉ ବିଳମ୍ବ ନକରି ସିବିଆଇକୁ ତଦନ୍ତ ଦାୟିତ୍ୱ ସରକାର ଦିଅନ୍ତୁ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶାରେ ଆଇନଶୃଙ୍ଖଳା ଆଉ ନାହିଁ, ପୂରା ଧ୍ୱଂସ ପାଇଗଲାଣି । ପୋଲିସକୁ ଏଠାରେ ଦଳୀୟ କାମରେ ବ୍ୟବହାର କରାଯାଉଛି । ଏ ପ୍ରସଙ୍ଗ ବିଧାନସଭାରେ ଉଠାଇବେ ବୋଲି ସେ କହିଛନ୍ତି ।
