ପଥର ଖଣିରେ ଚାଲିଗଲା ଶ୍ରମିକଙ୍କ ଜୀବନ
ଖୋର୍ଦ୍ଧା : ମାଙ୍କଡା ପଥର ଖଣିରେ କାମ କରୁଥିବା ବେଳେ ଟ୍ରକ ଚକାତଳେ ଚାପି ହୋଇ ଚାଲିଗଲା ଜଣେ ଶ୍ରମିକଙ୍କ ଜୀବନ ।ମୃତ ଶ୍ରମିକ ଜଣକ ଗୟାବନ୍ଧ ଗ୍ରାମର ମନସୁର ଅଲ୍ଲୀ । ସୂଚନା ମୁତାବକ, ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଡମଣଭୂଇଁ ଗ୍ରାମ ନିକଟରେ ମାଙ୍କଡା ଖଣିରେ ମନସୁର ପାୱାର ଟିଲର ଅପରେଟର ଭାବରେ ଖଣିରେ କାମ କରୁଥିଲେ । ତେବେ ଟ୍ରକ ଡ୍ରାଇଭରର ଅସାବଧାନତା ନେଇ ମନସୁର ଉପରେ ମାଡି ଯାଇଥିଲା ଟ୍ରକ । ମନସୁରକୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ତେବେ କାର୍ଯ୍ୟରତ ଡାକ୍ତର ସେଠାରେ ମନସୁରକୁ ମୃତ ଘୋଷଣା କରିଥିଲେ । ଖବର ପାଇ ଜଂକିଆ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଖଣିରୁ ଗୋଟିଏ ପାୱାର ଟିଲର ଓ ଟ୍ରକ୍ ଜବତ କରିବା ସହିତ ଟ୍ରକ୍ ଡ୍ରାଇଭରକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ।
