ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ବିଶ୍ୱ କର୍କଟ ଦିବସ ପାଳିତ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ବିଶ୍ଵ କର୍କଟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ସଭା ଗୃହରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ମଳୟ ତ୍ରିପାଠୀ ଙ୍କ ଅଧକ୍ଷତା ରେ ଏକ ସଚେତନ ସଭା ଅନୁଷ୍ଟିତ ହୋଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ନୀଳମଣି ଦିଲିପ୍ ଚାନ୍ଦ ବେହେରା, ଡକ୍ଟର ଦେବ୍ କୁମାର ଡାକୁଆ, ଡକ୍ଟର ଶିଳ୍ପୀ ଦାସ,ନବରଙ୍ଗପୁର ଜିଲ୍ଲା ବରିଷ୍ଟ ନାଗରିକ ସଙ୍ଗ ର ସଭାପତି ଡକ୍ଟର ରାଧାନାଥ ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ବଣିକ ସଂଗର ସମ୍ପାଦକ ରାକେଶ ଗୁପ୍ତା, ପ୍ରମୁଖ ଯୋଗଦେଇ ବିଶ୍ଵ କର୍କଟ ଦିବସ ପାଳନ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଡକ୍ଟର ମଳୟ ତ୍ରିପାଠୀ ପ୍ରାରମ୍ବରେ ସମସ୍ତଙ୍କୁ ସ୍ଵାଗତ ଜଣାଇ ବିଶ୍ଵ କର୍କଟ ଦିବସ ପାଳନ ର ଆଭିମୁଖ୍ୟ ଉପରେ ଉଲ୍ଲେଖ କରି କର୍କଟ ରୋଗର ଲକ୍ଷଣ ଓ ବିଭିନ୍ନ କାରଣ ସମ୍ପର୍କର ସୂଚନା ଦେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍କଟ ରୋଗୀ ମାନଙ୍କ ଚିକିତ୍ସା କରୁଥିବା ଡ଼ାକ୍ତର ଡାକୁଆ କର୍କଟ ରୋଗ ହେବାର ବିଭିନ୍ନ କାରଣ, ଲକ୍ଷଣ,ଓ ତାର ନିରାକରଣ କିପରି କରାଯାଇ ପାରିବ ଏବଂ ସେଥି ନିମନ୍ତେ ଜନସଚେତନତା ର ଆବଶ୍ୟକତା ର ଗୁରୁତ୍ଵ ଥିବା ସମ୍ପର୍କର ଆଲୋକପାତ କରିଥିଲେ। ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ରେ ୩୭ ଜଣ କର୍କଟ ରୋଗରେ ପୀଡିତ ଙ୍କ ପଞ୍ଜିକରଣ ହୋଇଥିବା ବେଳେ ୧୮ ଜଣଙ୍କର ରେଗୁଲାର ଚିକିତ୍ସା ଚାଲିଥିବା ମୁଖ୍ୟ ଚିକିତ୍ସାଳୟ ରୁ ପ୍ରକାଶ। ଏହି ଅବସରରେ ଅନୁଷ୍ଟିତ ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଡିପିଏ ମ୍, ସୁଶାନ୍ତ ପ୍ରହରାଜ, ଏଡି, ପିଏଚଷିଓ, ହନୁମନତ ମାଝୀ, ମୁଖ୍ୟ ଚିକିତ୍ସାଳୟ ର କର୍ମଚାରୀ, ବିଭିନ୍ନ ବିଭାଗୀୟ ଅଧିକାରୀ, ବେସରକାରୀ ଅନୁଷ୍ଠାନ ର କର୍ମକର୍ତ୍ତା,ନର୍ସିଂ ଛାତ୍ର ଛାତ୍ରୀ, ପ୍ରମୁଖ ଯୋଗଦେଇ ଥିଲେ। ଡି ପିଏମ୍, ସୁଶାନ୍ତ କୁମାର ପ୍ରହରାଜ କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହିତ ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇଥିଲେ।
