ବିବିସି ଡକ୍ୟୁମେଣ୍ଟାରୀ ବିବାଦ : ଆଜି ସୁପ୍ରିମକୋର୍ଟରେ ଶୁଣାଣି
ନୂଆଦିଲ୍ଲୀ: ବିବିସି ଡକ୍ୟୁମେଣ୍ଟାରୀ ନିଷିଦ୍ଧ କରିବା ନିଷ୍ପତ୍ତି ବିରୋଧରେ ହୋଇଥିବା ଆବେଦନ ଉପରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହେବ । ବିଚାରପତି ସଞ୍ଜୀବ ଖନ୍ନା ଏବଂ ଏମଏମ ସୁନ୍ଦରେଶଙ୍କ ବେଞ୍ଚ ଏହି ମାମଲାରେ ଶୁଣାଣି କରିବେ । ଗୁଜରାଟ ଦଙ୍ଗା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ନିର୍ମିତ ଏହି ବିବିସି ଡକ୍ୟୁମେଣ୍ଟାରୀକୁ କେନ୍ଦ୍ର ସରକାର ବ୍ୟାନ୍ କରିଛନ୍ତି ।
କେନ୍ଦ୍ରର ନିଷ୍ପତ୍ତି ବିରୋଧରେ ବରିଷ୍ଠ ସାମ୍ବାଦିକ ଏନ୍ ରାମ, ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମଇତ୍ର, ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏବଂ ଏମଏଲ ଶର୍ମା କେନ୍ଦ୍ରର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଏମ.ଏମ ସୁନ୍ଦରଶଙ୍କୁ ନେଇ ଦୁଇ ଜଣିଆ ଖଣ୍ଡପୀଠ ଏହି ପିଟିସନର ଶୁଣାଣି କରିବେ। ଡକ୍ୟୁମେଣ୍ଟାରୀ ରିଲିଜ୍ ସହିତ ୟୁଟ୍ୟୁବ୍ ଭିଡିଓ ଏବଂ ଏ ସମ୍ବନ୍ଧୀୟ ଟ୍ୱିଟର ଲିଙ୍କ୍ ମଧ୍ୟ କେନ୍ଦ୍ର ସରକାର ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସରକାରଙ୍କ ନିଷ୍ପତ୍ତିକୁ ବିରୋଧୀ ଦ ସମାଲୋଚନା କରିବା ସହ ଏହାକୁ ସେନ୍ସରସିପ୍ ବୋଲି କହିଥିଲେ।
ଏହି ଯାଚିକା ସାମ୍ବାଦିକ ଏନ ରାମ, ଟିଏମସି ସାଂସଦ ମହୁଆ ମୋଇତ୍ରା ଏବଂ ଓକିଲ ପ୍ରଶାନ୍ତ ଭୂଷଣ ରୁଜୁ କରିଥିଲେ। ସେହିଭଳି ଅନ୍ୟ ଯାଚିକା ଓକିଲ ଏମ ଏଲ ଶର୍ମା ଦାୟର କରିଥିଲେ। ଏହା ପୂର୍ବରୁ ୬ ଫେବୃଆରୀରେ ଶୁଣାଣି କରିବାକୁ ସହମତ ହୋଇଥିଲେ ସୁପ୍ରିମକୋର୍ଟ। ୨୦ ଜାନୁଆରୀରେ ମୋଦୀ ସରକାର ୟୁଟ୍ୟୁବ୍ ଏବଂ ଟ୍ବିଟରକୁ ଡକ୍ୟୁମେଣ୍ଟ୍ରି ସେୟାର କରୁଥିବା ଲିଙ୍କ୍କୁ ହଟାଇବାକୁ ଆଦେଶ ଦେଇଛନ୍ତି। ବିବିସିର ଡକ୍ୟୁମେଣ୍ଟ୍ରି ୨୦୦୨ ଗୁଜରାଟ ଦଙ୍ଗା ଉପରେ ଆଧାରିତ।
ଏହା ପୂର୍ବରୁ ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ଼, ବିଚାରପତି ପି ଏସ ନରସିମ୍ହା ଏବଂ ବିଚାରପତି ଜେ ବି ପରଦିବାଲାଙ୍କ ପୀଠ ଓକିଲ ଏମ ଏଲ ଶର୍ମା ଏବଂ ବରିଷ୍ଠ ଓକିଲ ସି ୟୁ ସିଂହଙ୍କ ଦଲିଲ ଉପରେ ଗୁରୁତ୍ବ ଦେଇଥିଲେ। ଉଭୟ ଓକିଲ ଏହି ଘଟଣା ଉପରେ ଭିନ୍ନ ଭିନ୍ନ ଜନହିତ ଯାଚିକା ଉପରେ ତତ୍କାଳ ଶୁଣାଣିର ଅନୁରୋଧ କରିଥିଲେ। ସେତେବେଳେ ପୀଠ କହିଥିଲେ ଯେ ‘ଏହା ଉପରେ ୬ ଫେବୃଆରୀରେ ଶୁଣାଣି କରାଯିବାକୁ କହିଥିଲେ। କିନ୍ତୁ ଏବେ ଏହା ଆଜି ଶୁଣାଣି ହେବ।
ଓକିଲ ଏମଏଲ ଶର୍ମା କହିଛନ୍ତି, ଲୋକଙ୍କୁ ଗିରଫ କରାଯାଉଛି। ଦୟାକରି ଏହାକୁ ତତ୍କାଳ ଶୁଣାଣି ପାଇଁ ସୂଚୀବଦ୍ଧ କରନ୍ତୁ। କିଛି ମିନିଟ୍ ପରେ ବରିଷ୍ଠ ଓକିଲ ସି ୟୁ ସିଂହ ଏହି ପ୍ରସଙ୍ଗ ଉପରେ ବରିଷ୍ଠ ପତ୍ରକାର ଏନ ରାମ ଏବଂ ଓକିଲ ପ୍ରଶାନ୍ତ ଭୂଷଣ ଦ୍ବାରା ଦାୟର ଏକ ଭିନ୍ନ ଯାଚିକାର ଉଲ୍ଲେଖ କରିଥିଲେ। ସେ କହିଥିଲେ କିଭଳି ଜରୁରୀ ଶକ୍ତିର ବ୍ୟବହାର କରି ରାମ, ଭୂଷଣ ଆଦି ଟ୍ବିଟ୍ ହଟାଯାଇଛି। ସେହିପରି ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ (ବିବିସି) ର ଡକ୍ୟୁମେଣ୍ଟ୍ରିକୁ ଦେଖାଇବା ଯୋଗୁଁ ଅଜମେରରେ ଛାତ୍ରଙ୍କୁ ନିଲମ୍ବିତ କରାଯାଇଛି। ଏହା ଉପରେ ବିଚାରପତି ଏହା ଉପରେ ଶୁଣାଣି କରିବାକୁ କହିଛନ୍ତି। ଡକ୍ୟୁମେଣ୍ଟ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ରର ନିଷ୍ପତ୍ତିକୁ ଜନହିତ ଯାଚିକା ଦାୟର କରିବା ସହ ଅଭିଯୋଗ କରିଥିଲେ ଯେ ଏହା ଦୁର୍ଭାବନାପୂର୍ଣ୍ଣ, ମନଇଚ୍ଛା ଏବଂ ଅସମ୍ବିଧାନିକ। ଏମ ଏଲ ଶର୍ମାଙ୍କ ଜନହିତ ଯାଚିକାରେ ୨୦ ଜାନୁଆରୀର ଆଦେଶକୁ ରଦ୍ଧ କରିବାର ଦାବି କରିଥିଲେ।
