ଆଜି ଦିନିକିଆ ଜୟପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିକ୍ରମ ଦେବ ମହାବିଦ୍ୟାଳୟର ପ୍ଳାଟିନମ ଜୁବୁଲି ଉତ୍ସବରେ ଯୋଗ ଦେବେ
ଜୟପୁର : ଆଜି ଦିନିକିଆ ଜୟପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିକ୍ରମ ଦେବ ମହାବିଦ୍ୟାଳୟର ପ୍ଳାଟିନମ ଜୁବୁଲି ଉତ୍ସବରେ ଯୋଗ ଦେବେ ।
ଏହା ପୂର୍ବରୁ ଜୟପୁରର ସର୍ବ ପୂରାତନ ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ ପ୍ରସ୍ତାବ ଅନୁମୋଦନ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି ଅବିଭକ୍ତ କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ ତଥା ଛାତ୍ରଛାତ୍ରୀଙ୍କର ବହୁ ଦିନର ଦାବି ପୂରଣ ହୋଇଛି ।
ବିକ୍ରମ ଦେବ ମହାବିଦ୍ୟାଳୟ ଅବିଭକ୍ତ କୋରାପୁଟ ଜିଲାର ଉଚ୍ଚଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଆସିଛି । କଲେଜ ୧୯୪୭ ମସିହାରେ ସ୍ଥାପିତ ହୋଇଥିଲା । ବର୍ତ୍ତମାନ ଚାରି ହଜାର ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ଏଠାରେ । ଦକ୍ଷିଣ ଓଡିଶାର ଶିକ୍ଷା କ୍ଷେତ୍ରରେ ଏହା ଏକ ମାଇଲଷ୍ଟୋନ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ।
