ଗୋପାଳ ଦାସର ବଡ଼ ଭାଇଙ୍କୁ ଉଠାଇନେଲା କ୍ରାଇମ୍ବ୍ରାଂଚ
ଭୁବନେଶ୍ୱର : ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଜାଂଚ କରୁଥିବା କ୍ରାଇମ ବ୍ରାଂଚ ମଙ୍ଗଳବାର ଦିନ ମାମଲାରେ ଅଭିଯୁକ୍ତ ତଥା ବହିଷ୍କୃତ ଏଏସଆଇ ଗୋପାଳ ଦାସର ବଡ଼ଭାଇଙ୍କୁ ଉଠାଇ ନେଇଥିବା ଜଣା ପଡିଛି । ହତ୍ୟାକାଣ୍ଡ ପୂର୍ବରୁ ବ୍ରଜରାଜନଗରରେ ଥିବା ତାଙ୍କର ବ୍ରହ୍ମପୁର ହୋଟେଲ ବନ୍ଦ କରି ବଡ଼ଭାଇ ସତ୍ୟନାରାୟଣ ଦାସ ଉଭାନ୍ ଥିଲେ । କ୍ରାଇମବ୍ରାଂଚ ଆଜି ତାଙ୍କୁ ଉଠାଇ ନେଇଛି । ସତ୍ୟନାରାୟଣଙ୍କୁ ଜେରାର କିଛି ଘଂଟା ପରେ ତାଙ୍କୁ ଉଠାଇ ନେଇଛି । ତେବେ କ୍ରାଇମବ୍ରାଂଚ ତାଙ୍କୁ କୁଆଡ଼େ ନେଇଛି ତାହା ସ୍ପଷ୍ଟ ହୋଇ ନାହିଁ ।
