୧୫ ଲକ୍ଷ ଟଙ୍କାର ବ୍ରାଉନ ସୂଗାର ଜବତ; ଜେଲ୍ ଗଲେ ଅଭିଯୁକ୍ତ
କୋଣାର୍କ : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ପୁରୀ ଅବକାରୀ ସଦର ରେଞ୍ଜ ନିରୀକ୍ଷିକା ଶ୍ରୀମତୀ ମାନସୀ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ କଟକ ଜିଲ୍ଲା ନିଆଳୀ ନଲଟାପରି ଗ୍ରାମର ମଲ୍ଲିକ ଅବଦୁଲ ଗଫାର, ବୟସ -୩୮ ବର୍ଷଙ୍କୁ ଗୋପ ଥାନା ଅଧୀନ ଯୋଗେଶ୍ୱରପୁର ସିନେମାହଲ ଛକରୁ ତାଙ୍କ ଅଟୋ ଗାଡ଼ି ନମ୍ବର୍ ଓଡି ୦୨ଜି ୫୭୭୯ ସହ ଗିରଫ କରି ତାଙ୍କ ନିକଟରୁ ୧୫୦ ଗ୍ରାମ ବ୍ରାଉନ ସୁଗାର (ହେରୋଇନ ) ଜବତ କରିଥିଲେ । କୋଣାର୍କ ଅବକାରୀ ଥାନା କେସ ନଂ ୧୩୪/୨୨-୨୩ ରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ-କାରାଗାରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୧୫,୦୦,୦୦୦ (ପନ୍ଦର ଲକ୍ଷ)ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି । ଏହି ଚଢ଼ାଉରେ ଅବକାରୀ ଏସଆଇ ଶ୍ରୀ ନାରାୟଣ ବେହେରା, ଏ ଏସ ଆଉ ଶ୍ରୀ ଲୋକନାଥ ପାତ୍ର, କର୍ମଚାରୀ ସବିତା ସାହୁ, ଫିରୋଜ ମହାନନ୍ଦିଆ, ବିଶ୍ୱଜିତ ମହାପାତ୍ର ଆଶିଷ କୁମାର ପ୍ରଧାନ ପ୍ରମୁଖ ସାମିଲ ଥିଲେ ।
