ବସ୍ତାରେ ଯୋଗଦେଲେ ନୂତନ ତହସିଲଦାର
ବସ୍ତା : ବାଲେଶ୍ୱର ଜିଲା ବସ୍ତା ତହସିଲରେ ନୂତନ ତହସିଲଦାର ଭାବେ ବାଲେଶ୍ୱରର ଅତିରିକ୍ତ ତହସିଲଦାର ଅତନୁ ପ୍ରଧାନ ମଙ୍ଗଳବାର ଯୋଗଦାନ କରିଛନ୍ତି ।
ଏଠାରେ ଥିବା ତହସିଲଦାର କାର୍ତ୍ତିକ କୁମାର ଦାଶ କଟକ ରେଭେନ୍ୟୁ ଡିଭିଜନାଲ କମିଶନର କାର୍ଯ୍ୟାଳୟକୁ ବଦଳି ହୋଇଯାଇଛି । ଶ୍ରୀ ଦାଶ ଏଠାରେ ୩ ବର୍ଷରୁ ଉର୍ଦ୍ଧ୍ୱ କାଳ ତହସିଲଦାର ଭାବରେ କାର୍ଯ୍ୟ ସମ୍ପାଦନ କରିଛନ୍ତି । ତେବେ ନୂତନ ତହସିଲଦାରଙ୍କ ଠାରୁ ପୂର୍ବ ଭଳି ଲୋକେ ବିଭିନ୍ନ ସେବା ପାଇବେ ବୋଲି ଆଶା ପ୍ରକାଶ କରିଛନ୍ତି ।
