ଜୀବିତ ବୃଦ୍ଧଙ୍କୁ ଭୁତ କରିଦେଲେ ପିଇଓ; ୩ ମାସର ଭତା ବନ୍ଦ
ନୀଳଗିରି : ମୁଁ ବଞ୍ôଚଛି । ମୋତେ ବଞ୍ôଚବାକୁ ଦିଅନ୍ତୁ ବିଡିଓ ମହୋଦୟ । ଏହିଭଳି ଏକ ବେଦନା ଭରା ଦରଖାସ୍ତକୁ ନେଇ ନୀଳଗିରି ବିଡିଓଙ୍କ ଠାରେ ଅଭିଯୋଗ କରିଛନ୍ତି ୮୩ବର୍ଷୀୟ ଜଣେ ବୃଦ୍ଧ ।
ଓଡ଼ିଶାରେ କାର୍ଯ୍ୟ ହେଉଥିବା ମୋ ସରକାର ଯୋଜନାରେ ଯେଉଁ ବିଧି ବ୍ୟବସ୍ଥା ରହିଛି ମୋ ସରକାର ଯୋଜନାରେ ଗଣତନ୍ତ୍ରରେ ପ୍ରତିଟି ଅନୁଷ୍ଠାନ ଲୋକଙ୍କ କଲ୍ୟାଣ କଥା କୁହେ । ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ଆତ୍ମା କଥା କୁହେ, ବୃତିଗତ ଓ ସେବା ମନୋଭାବ ରଖି ପ୍ରତ୍ୟେକ ବ୍ୟକ୍ତିର ସମସ୍ୟା ସମାଧାନ କରିବାକୁ ସରକାରୀ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ରହିଛି । ସେହିଠି ଜଣେ ୮୩ବର୍ଷୀୟ ବୃଦ୍ଧ ଜୀବିତ ଥାଉ ଥାଉ ଦୀର୍ଘ ୩ମାସ ହେଲା ସରକାରୀ ନଥିପତ୍ରରେ ମୃତ ଘୋଷଣା କରି ସରକାରୀ ଭତା ଟଙ୍କାକୁ ବନ୍ଦ କରିଦେଇଛନ୍ତି ବରହମପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ ।
ସୂଚନା ଯେ, ନୀଳଗିରି ବ୍ଲକର ବରହମପୁର ଗ୍ରାମପଞ୍ଚାୟତର ବରହମପୁର ଗାଁରେ ନାରାୟଣ ପାଣି (୮୩) ସରକାରଙ୍କ ଯୋଜନାରେ ବହୁଦିନ ଧରି ବାର୍ଦ୍ଧକ୍ୟ ଭତା ପାଇ ଆସୁଥିବା ବେଳେ ଗତ ୨୦୨୨ ନଭେମ୍ବର ମାସ ଠାରୁ ଏଯାବତ ଭତା ତାଙ୍କ ବ୍ୟାଙ୍କ ଖାତାକୁ ଆସି ନାହିଁ । ଏନେଇ ଘଟଣା ବାବଦରେ ନୀଳଗିରି ବ୍ଲକକୁ ଯାଇ ପଚାରି ବୁଝନ୍ତେ, ଉକ୍ତ ପଞ୍ଚାୟତର ପିଇଓ ଶାନ୍ତିଲତା ନାଏକ ତାଙ୍କୁ ମୃତ ଦର୍ଶାଇଥିବାର ଜାଣିବାକୁ ପାଇଥିଲେ । ଫଳରେ ସେ ଚକିତ ହୋଇପଡ଼ିଥିଲେ । ବଞ୍ôଚ ଥାଉଁ ଥାଉଁ ମୋତେ ପିଇଓ କ’ଣ ପାଇଁ ମୃତ କରି ଦେଲେ କହି କାନ୍ଦି କାନ୍ଦି ଘରକୁ ଫେରି ପରିବାରକୁ ଘଟଣା ବାବଦରେ ଜଣାଇଥିଲେ । ତେବେ ପ୍ରଶ୍ନ ଉଠେ ସରକାର କେତେ ସଚେତନ? ରାଜନୈତିକ ଆକ୍ରୋଶର ଶୀକାର ହୋଇ ନାହାନ୍ତି ତ ନାରାୟଣ । କେଉଁ ଅଦୃଶ୍ୟ ଚାପର ବଶବର୍ତ୍ତୀ ହୋଇ ଏଭଳି ଭୁଲ୍ କଲେ ପିଇଓ ମହୋଦୟା । ଏଭଳି ସଂଗୀନ ଘଟଣାକୁ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଅଞ୍ଚଳବାସୀ ତାକୁ ହିଁ ଅପେକ୍ଷା କରିଛନ୍ତି । ଏନେଇ ପିଇଓ ଶାନ୍ତିଲତା ନାଏକଙ୍କୁ ଯୋଗାଯୋଗ କରିଥିଲେ ହେଁ ସେ ଫୋନ୍ କଲ୍ ରିସିଭ୍ କରିନଥିଲେ । ସେହିପରି ବିଡିଓ ରାହୁଲ ମଣ୍ଡଳଙ୍କୁ ପଚାରିବାରୁ ଯଥାଶୀଘ୍ର ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।
