ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ହତ୍ୟା ପରେ ଆଇପିଏସସ୍ତରରେ ଅଦଳବଦଳ ! ବଦଳିଲେ ଝାରସୁଗୁଡ଼ା ଏସପି, ପରମାର ସ୍ମିତ ନୂଆ ଏସପି
ଭୁବନେଶ୍ୱର : ଆଇପିଏସସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ା ଏସପିଙ୍କୁ ରାହୁଲ ଜୈନଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ପରମାର ସ୍ମିତଙ୍କୁ ଝାରସୁଗୁଡ଼ାର ନୂଆ ଏସପି ଭାବେ ନିଯୁକ୍ତ ଦିଆଯାଇଛି। ସ୍ମିତ ଏବେ ବରଗଡ଼ ଏସପି ଅଛନ୍ତି । ରାହୁଲ ଜୈନଙ୍କୁ ହେଡକ୍ୱାଟର୍ସ ସହ ଆଟାଚ କରାଯାଇଛି । ଏସପି ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ବଦଳି କରାଯାଇ ତାଙ୍କୁ ପୋଲିସ ମୁଖ୍ୟାଳୟ ପଠାଯାଇଛି । ତାଙ୍କ ସ୍ଥାନରେ ଆଠମଲ୍ଲିକ ଏସଡିପିଓ ଚିନ୍ତାମଣି ପ୍ରଧାନଙ୍କୁ ବ୍ରଜରାଜନଗର ନୂଆ ଏସଡିପିଓ ଦାୟିତ୍ଵ ଦିଆଯାଇଛି । ପ୍ରହଲ୍ଲାଦ ସହାଇ ମୀନାଙ୍କୁ ବରଗଡ଼ ଏସପି ଭାବେ ବଦଳି କରାଯାଇଛି।ସେ ବର୍ତ୍ତମାନ ବୌଦ୍ଧ ଏସପି ଅଛନ୍ତି। ରାୟଗଡାର ଅତିରିକ୍ତ ଏସପି ରାଜ ପ୍ରସାଦ ବୈ।ଦ୍ଧର ନୂଆ ଏସପି ହେବେ ।
ଏଥିସହିତ ବଦଳିଛନ୍ତି ଝାରସୁଗୁଡ଼ା ବ୍ରଜରାଜନଗର ଏସଡ଼ିପିଓ ଗୁପ୍ତେଶ୍ଵର ଭୋଇ । କଟକ ପୋଲିସ ମୁଖ୍ୟାଳୟକୁ ବଦଳି ହେଲେ ଗୁପ୍ତେଶ୍ଵର ଭୋଇ । ଆଠମଲ୍ଲିକ ଏସଡ଼ିପିଓ ଚିନ୍ତାମଣି ପ୍ରଧାନଙ୍କୁ ବ୍ରଜରାଜନଗର ଦାୟିତ୍ଵ ।
