ଷ୍ଟ୍ୟାରିଂ ଛାଡ଼ ଆନ୍ଦୋଳନ ପାଇଁ ଡ୍ରାଇଭର ମହାସଂଘ ବାଲିଆପାଳ ଶାଖାର ପ୍ରସ୍ତୁତି ବୈଠକ
ବାଲିଆପାଳ : ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ମାର୍ଚ୍ଚ ୧୫ରେ ଷ୍ଟ୍ୟାରିଂ ଛାଡ଼ ଆନ୍ଦୋଳନର ଡାକରାକୁ ସଫଳ କରିବା ପାଇଁ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଶାଖା ପକ୍ଷରୁ ଦକ୍ଷିଣ ବାଲିଆପାଳର ଡଗରା ବେଳାଭୂମିରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବାଲିଆପାଳ ଶାଖାର ସଂଯୋଜକ ଶଶିକାନ୍ତ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାକୁ ସଂଯୋଜକ ଜୟକୃଷ୍ଣ ଗାଙ୍ଗାଇ ପରିଚାଳନା କରିଥିଲେ । ବୈଠକରେ ବାଲିଆପାଳ ବ୍ଲକର ଶତାଧିକ ଡ୍ରାଇଭର ଯୋଗ ଦେଇ ନିଜ ନିଜର ମତ ରଖିଥିଲେ । ସରକାର ଡ୍ରାଇଭ ମାନଙ୍କର ଦଶ ଦଫା ଦାବିକୁ ମାନୁ ନଥିବାରୁ ଆସନ୍ତା ମାର୍ଚ୍ଚ ୧୫ରେ ଷ୍ଟ୍ୟାରିଂ ଛାଡ଼ ଆନ୍ଦୋଳନକୁ ସଫଳ କରିବା ପାଇଁ ମହାସଂଘ ବାଲିଆପାଳ ଶାଖାର ସମସ୍ତ ଡ୍ରାଇଭର ମାନେ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରସାଦ ଛୁଇଁ ଶପଥ ନେଇଛନ୍ତି । ଆଗାମୀ ଦିନରେ ଷ୍ଟ୍ୟାରିଂ ଛାଡ଼ ଆନ୍ଦୋଳନକୁ ବ୍ୟାପକତର କରିବା ପାଇଁ ଗାଁ ଗାଁରେ ପୋଷ୍ଟର ବ୍ୟାନର୍ ଲଗାଇ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାରପ୍ରସାର କରାଯିବାର ସିଦ୍ଧାନ୍ତ ନେଇଛନ୍ତି । ଷ୍ଟ୍ୟାରିଂ ଛାଡ଼ ଆନ୍ଦୋଳନ ଦିନ ସଙ୍ଘର ସଦସ୍ୟ ମାନେ ନିଜ ଗାଡ଼ି ଚଳାଇବେ ନାହିଁ କିମ୍ବା ଅନ୍ୟ ଡ୍ରାଇଭରମାନଙ୍କୁ ଗାଡ଼ି ଚଳାଇବାକୁ ଦେବ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ବାପୁନି ପଣ୍ଡା, ସୁଦର୍ଶନ ବେହେରା, ପ୍ରିୟରଞ୍ଜନ ଦାସ, ଅମୁଲ୍ୟ ସାହୁ, କାର୍ତ୍ତିକ ପାତ୍ର, ଦିଲ୍ଲୀପ ବେହେରା, ଲଷ୍ମୀକାନ୍ତ ଗିରି, ସଞ୍ଜୟ ଦାସ, ଶଙ୍କର ଭୂୟାଁ, ଲଷ୍ମୀକାନ୍ତ ବେହେରା, ମୃତ୍ୟୁଞ୍ଜୟ ଜେନା, ପ୍ରଶାନ୍ତ ପାଳ, ତପୁ ଦାସଙ୍କ ସହିତ ବାଲିଆପାଳ ବ୍ଲକର ୨୮ଟି ପଞ୍ଚାୟତରୁ ସଙ୍ଘରେ ଥିବା ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
