କୁହୁଡିରେ ଧାନମଣ୍ଡି ଖୋଲିଲା
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ବ୍ଲକ ଅଧିନ କୁହୁଡି ପ୍ରାଥମିକ କୃଷି ସମବାୟ ସମିତିରେ ଧାନ ମଣ୍ଡି ଉଦ୍ଘାଟନ ହୋଇ ଯାଇଛି । ସଭାପତି ଅଜୟ ଦାସ ମଣ୍ଡି ଉଦ୍ଘାଟନ କରିଥିଲେ । ସରପଂଚ ପ୍ରଭାତ ରଞ୍ଜନ ଦାସ, ଶାନ୍ତନୁ ପରିଡା, ଜଗନ୍ନାଥ ପାଣି, ସରୋଜ ସେଠୀ, ଭ୍ରମର ବେହେରା, କୁଳମନି ପରିଡା, ସୁଜାତା ଦାସ, ସୈାଦାମିନୀ ରାଉତ, ଭକ୍ତିଲତା ପରିଡା ପ୍ରମୁଖ ଯୋଗ ଦେଇଥିବା ବେଳେ ସଂପାଦକ ସେକ ସକିଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
