ବଲାଙ୍ଗୀର କରାଟେ ସ୍କୁଲର ସଫଳତା
ବଲାଙ୍ଗୀର : ଭୁବନେଶ୍ୱର ସ୍ଥାନୀୟ ଉତ୍କଳ କରାଟେ ସ୍କୁଲରେ ୩୪ତମ ଅଣ୍ଡର-୨୧ ଓ ସିନିୟର ରାଜ୍ୟସ୍ତରୀୟ କରାଟେ ଚମ୍ପିୟାନସିପ୍ -୨୦୨୩ ଓଡ଼ିଶା ରାଜ୍ୟ କରାଟେ ସଂଘ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲା କରାଟେ ସଂଘରୁ ୫ ଜଣ(୧ ଛାତ୍ରୀ ଓ ୪ ଛାତ୍ର) ଭାଗ ନେଇଥିଲେ । ଏକ ମାତ୍ର ଛାତ୍ରୀ ରେଖା ମନହୀରା(୫୦ କେଜି) ସିନିୟର କୁମିତି ବିଭାଗରେ କାଂସ୍ୟ ପଦକ ହାସଲ କରିଛନ୍ତି । ଏହି ଛାତ୍ରୀ ଜଣ ବଲାଙ୍ଗୀର କରାଟେ ସ୍କୁଲ ଗାନ୍ଧୀ ଷ୍ଟାଡିୟମ ଠାରେ ପ୍ରଶିକ୍ଷଣ କରୁଛନ୍ତି । ଏହି ରାଜ୍ୟ ପ୍ରତିଯୋଗିତାରେ ସୁରେଶ ଜାଜ ଓ ଚନ୍ଦ୍ର ଶେଖର ସେଠ ଅଫିସିଆଲ କାର୍ଯ୍ୟ ତୁଳେଇଥିବାବେଳେ ଦଳ ତା.୨୮.୦୧.୨୦୨୩ ରେ ଟିମ୍ ମେନେଜର ମନଗୋବିନ୍ଦ ମେହେର ଓ ଜାତୀୟ କିଓ କୋଚ ଭୁବନେଶ୍ୱର ଗସ୍ତ କରିଥିଲେ । ଏହି ପରିପ୍ରେକ୍ଷୀରେ ହୃଦୟ ଶବର ଓ ଚନ୍ଦ୍ର ଶେଖର ସେଠ ଜାତୀୟସ୍ତର କରାଟେ ଇଣ୍ଡିଆ ଅଗରାନାଇଜେସନ ଅଧିସ୍ୱୀକୃତ କୋଚ କାତା ଓ କୁମିତି ପାଇଁ ପ୍ରମାଣ ପତ୍ର ପାଇଛନ୍ତି । ଏହି ସଫଳତା ପାଇ ଜିଲ୍ଲା ସଂଘ ତଥା ବଲାଙ୍ଗୀର କରାଟେ ସ୍କୁଲର ସଦସ୍ୟ ଓ ଅଭିଭାବକ ଅଭିନନ୍ଦନ ଜଣାଇଥିଲେ ଓ ରେଲୱେ ଷ୍ଟେସନ ଠାରେ ଭବ୍ୟ ସ୍ୱାଗତ କରିଥିଲେ ।
