ବିଶ୍ୱରେ ଆଉ ୪,୧୯,୨୬୦ ସଂକ୍ରମିତ ଓ ୧୧,୧୬୫ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭କୋଟି ୭୭ଲକ୍ଷ ୮୧ହଜାର ୯୬୯ ଓ ମୃତ୍ୟୁ ସଂଖ୍ୟା ୩୮ଲକ୍ଷ ୪୭ହଜାର ୯୮୭କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ଦୀର୍ଘ ଦିନ ପରେ ନିୟନ୍ତ୍ରଣକୁ ଆସିଛି । ଏହାରି ମଧ୍ୟରେ ଗୁରୁବାର ଗତ ୨୪ ଘଣ୍ଟା ମଧ୍ୟରେ ୪ଲକ୍ଷ ୧୯ହଜାର ୨୬୦ ଜଣ ସଂକ୍ରମିତ ହୋଇଥିବାବେଳେ ୧୧ହଜାର ୧୬୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭କୋଟି ୭୭ଲକ୍ଷ ୮୧ହଜାର ୯୬୯ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮ଲକ୍ଷ ୪୭ହଜାର ୯୮୭ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୬କୋଟି ୨୨ଲକ୍ଷ ୭୯ହଜାର ୯୪୬ ସୁସ୍ଥ ହୋଇ ଥିବାବେଳେ କୋଟି ୧୬ଲକ୍ଷ ୫୪ହଜାର ୩୬ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୪୩ଲକ୍ଷ ୬୫ହଜାର ୨୩୦ ସଂକ୍ରମିତ ଓ ୬ଲକ୍ଷ ୧୬ହଜାର ୧୪୦ ଜଣ ମୃତ ଥିବାବେଳେ
ବ୍ରାଜିଲରେ ୧କୋଟି ୭୬ଲକ୍ଷ ୨୯ହଜାର ୭୧୪ସଂକ୍ରମିତ ଓ ୪ଲକ୍ଷ ୯୩ହଜାର ୮୩୭ମୃତ, ଫ୍ରାନ୍ସରେ ୫୭ ଲକ୍ଷ ୪୭ ହଜାର ୬୪୭ ସଂକ୍ରମିତ ଓ ୧ ଲକ୍ଷ ୧୦ ହଜାର ୫୭୮ ମୃତ, ତୁର୍କୀରେ ୫୩ ଲକ୍ଷ ୪୮ ହଜାର ୨୪୯ ସଂକ୍ରମିତ ଓ ୪୮ ହଜାର ୯୫୦ ମୃତ, ଋଷିଆରେ ୫୨ ଲକ୍ଷ ୪୯ ହଜାର ୯୯୦ ସଂକ୍ରମିତ ଓ ୧ଲକ୍ଷ ୨୭ ହଜାର ୫୭୬ମୃତ, ୟୁକେରେ ୪୫ ଲକ୍ଷ ୮୯ ହଜାର ୮୧୪ ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୯୨୬ ମୃତ, ଇଟାଲିରେ ୪୨ ଲକ୍ଷ ୪୮ ହଜାର ୪୩୨ ସଂକ୍ରମିତ ଓ ୧ଲକ୍ଷ ୨୭ ହଜାର ୧୫୩ମୃତ, ଆର୍ଜେଣ୍ଟିନାରେ ୪୧ ଲକ୍ଷ ୯୮ ହଜାର ୬୨୦ ସଂକ୍ରମିତ ଓ ୮୭ ହଜାର ୨୬୧ମୃତ, କଲୋମ୍ବିଆରେ ୩୮ ଲକ୍ଷ ୨୯ ହଜାର ୮୭୯ ସଂକ୍ରମିତ ଓ ୯୭ ହଜାର ୫୬୦ମୃତ, ସ୍ପେନରେ ୩୭ ଲକ୍ଷ ୪୯ ହଜାର ୩୧ ସଂକ୍ରମିତ ଓ ୮୦ ହଜାର ୬୧୫ ମୃତ ରହିଛନ୍ତି ।
