ମନ୍ତ୍ରୀ ନବ ଦାସଙ୍କୁ ସୁଚିନ୍ତିତ ଓ ଯୋଜନାବଦ୍ଧ ହତ୍ୟା – ନରସିଂହ
ଭୁବନେଶ୍ୱର : ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ହତ୍ୟା ସାଧାରଣ ହତ୍ୟା ନୁହେଁ ବରଂ ସୁଚିନ୍ତିତ ଓ ଯୋଜନାବଦ୍ଧ ହତ୍ୟା ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ସେ ଏହି ମାମଲାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ସେ କହିଛନ୍ତି ଯେଭଳି ଭାବେ ମନ୍ତ୍ରୀ ଶ୍ରୀ ଦାସଙ୍କୁ ହତ୍ୟା କରାଗଲା ତାହା ସାଧାରଣ ହତ୍ୟା ନୁହେଁ । ଏଥିରେ ଗୁଢ ରହସ୍ୟ ରହିଥିବ । ହତ୍ୟାକାରୀକୁ ମାନସିକ ରୋଗୀ ବୋଲି କୁହାଯିବା ବିଶ୍ୱାସଯୋଗ୍ୟ ନୁହେଁ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଯଦି ହତ୍ୟାକାରୀ ଯଦି ମାନସିକ ରୋଗୀ ତେବେ ହତ୍ୟା ପାଇଁ ସରକାର ଦାୟୀ । ସେ କହିଛନ୍ତି ଯେ ଏହି ହତ୍ୟାରୁ ସ୍ପଷ୍ଟ ହେଉଛି ଯେ ରାଜ୍ୟର ଗୁଇନ୍ଦା ବିଭାଗ କାମ କରୁ ନାହିଁ । ପୋଲିସ ଯଦି ଅପରାଧିଙ୍କୁ ସାଲ୍ୟୁଟ ମାରିବ, ଅପରାଧ ନିୟନ୍ତ୍ରଣ କିପରି କରିବ ବୋଲି ସେ ପ୍ରଶ୍ନ କରିଛନ୍ତି ।
