ମୋଟର ଭେଇକିଲ ନିୟମ ଉଲଙ୍ଘନ ଅପରାଧରେ କନ୍ଧମାଳ ପୋଲିସ ୧୮ ଜଣଙ୍କ ଠାରୁ ଆଦାୟ କଲା ଜୋରିମାନା
କନ୍ଧମାଳ : ଗତ ୨୪ ଘଂଟା ମଧ୍ୟରେ ଜିଲ୍ଲା ପୋଲିସ କନ୍ଧମାଳ ଜିଲ୍ଲାର ବିଭିିନ୍ନ ସ୍ଥାନରେ ଗାଡି ଚେକିଂ ବେଳେ ମୋଟର ଭେଇକିଲ ନିୟମକୁ ଅମାନ୍ୟ କରିବା ଅପରାଧରେ ସମୁଦାୟ ୨୬୫ ଟି ଗାଡି ଚେକିଂ କରାଯିବା ସହିତ ୧ ଗୋଟି ଲୋକର ଡ୍ରାଇଭିଂ ଲାଇସେନ୍ସ କ୍ୟାନସେଲ କରାଯାଇଅଛି ଓ ୧୮ ଜଣଙ୍କ ଠାରୁ ୯ ହଜାର ଟଙ୍କା ଜୋରିମାନା ଆଦାୟ କରିଛି । ଜିଲ୍ଲାରେ ୩ ଜଣଙ୍କ ନାମରେ ଅବକାରୀ ମାମଲା ରୁଜୁ କରାଯିବା ସହ ୪୭ ଲିଟର ଦେଶୀ ମଦ ଜବତ କରାଯାଇଛି ଓ ୩ ଜଣଙ୍କ ନାମରେ ନୋଟିସ ଜାରି କରାଯାଇଅଛି । ମଦପାନ କରି ଗାଡି ଚଲାଉଥିବା ଅପରାଧରେ ଜିଲ୍ଲାରୁ ୨ ଜଣଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଟାନ ନିଆଯାଇଛି ବୋଲି ଏ ସଂପର୍କରେ କନ୍ଧମାଳ ପୋଲିସ୍ ଦ୍ୱାରା ଟ୍ୱିଟ କରି ସୂଚନା ଦିଆଯାଇଛି ।
