ପ୍ରେସ୍ ଇସ୍ତାହାର କବୟିତ୍ରୀ ଚପଳା ତ୍ରିପାଠୀଙ୍କ ‘ଅନୁଭବୀ ଠାକୁର’ ପୁସ୍ତକ ଉନ୍ମୋଚିତ
ଭୁବନେଶ୍ୱର : କବୟିତ୍ରୀ ଚପଳା ତ୍ରିପାଠୀଙ୍କ ରଚିତ ଓ ଶାନ୍ତିସେନା ପବ୍ଲିକେସନ୍ ଦ୍ୱାରା ପ୍ରକାଶିତ ପୁସ୍ତକ ‘ଅନୁଭବୀ ଠାକୁର’ ପୁସ୍ତକ ସ୍ଥାନୀୟ ବୁଦ୍ଧମନ୍ଦିର ଅଡ଼ିଟୋରିଅମ୍ରେ ଉନ୍ମୋଚିତ ହୋଇଯାଇଛି । ପୂର୍ବତନ ବିଧାୟକ ତଥା ସାହିତ୍ୟିକ ଶ୍ରୀଯୁକ୍ତ ବିଭୂତି ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ତଥା ସ୍ୱତନ୍ତ୍ର ଶାସନ ସଚିବ ଧନଞ୍ଜୟ ସ୍ୱାଇଁ । ଶାନ୍ତିସେନା ପବ୍ଲିକେସନ୍ର ପ୍ରକାଶକ ରଜତ ରଶ୍ମି ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର, ଗୋପାଳ କୃଷ୍ଣ ଆଚାର୍ଯ୍ୟ, ପ୍ରଫେସର ଡକ୍ଟର କୃପାସିନ୍ଧୁ ପଣ୍ଡା ଯୋଗ ଦେଇଥିଲେ । ସଭାଟିକୁ ସଂଯୋଜନା କରିଥିଲେ କବୟତ୍ରୀ ତଥା ଅଧ୍ୟାପିକା ପ୍ରଭାତି ଜେନା । କବୟତ୍ରୀ ଶ୍ରୀମତୀ ତ୍ରିପାଠୀ ତାଙ୍କର ଅଭିଭାଷଣରେ କହିଥିଲେ ଯେ, ଏହି ପୁସ୍ତକ ଲେଖିବା ପଛରେ ତାଙ୍କର ପରିବାର ପୂର୍ଣ୍ଣ ସହଯୋଗ ଓ ସମର୍ଥନ ରହିଥିବା ବେଳେ ତାଙ୍କର ସ୍ୱାମୀ ଶ୍ରୀଯୁକ୍ତ ସଞ୍ଜିବ କୁମାର ମହାପାତ୍ରଙ୍କର ବିଶେଷ ଅବଦାନ ଥିଲା । ଏହି ପୁସ୍ତକଟି ଜଗନ୍ନାଥ ସଂସ୍କୃତି ଉପରେ ଜାଣିବା ପାଇଁ ସହାୟକ ହେବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ଶେଷରେ କବୟତ୍ରୀ, ଗାୟିକା ତଥା ସମ୍ଭକାର ଜୟନ୍ତୀ ପଟ୍ଟନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
