ରାଜ୍ୟରେ କରୋନା ସଂକ୍ରମିତ ଆଉ ୩୯ ମୃତ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଗୁରୁବାର ଗତ ୨୪ ଘଣ୍ଟା ମଧ୍ୟରେ ୩ହଜାର ୬୩୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୯ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୬ଜଣ ରହିଥିବା ବେଳେ କଟକ, ଝାରସୁଗୁଡା. ପୁରୀ ଓ ସୁନ୍ଦରଗଡରୁ ୪ ଜଣ ଲେଖାଏଁ ରହିଛନ୍ତି । ସେହିପରି ଗଞ୍ଜାମ, ଜଗତସିଂପୁର, କଳାହାଣ୍ଡିରୁ ୩ ଜଣ ଲେଖାଏଁ ରହିଥିବା ବେଳେ ବୌଦ୍ଧ, ସୋନପୁରରୁ ୨ ଲେଖାଏଁ ରହିଛନ୍ତି । ବରଗଡ, ଢେଙ୍କାନାଳ, ନବରଙ୍ଗପୁର, ନୂଆପଡାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୩୪୭୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ୮,୬୬,୬୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮,୧୧,୭୮୦ ଜଣ ସୁସ୍ଥ ହୋଇଥିବା ବେଳେ ୪୫,୮୦୯ ଜଣ ସକ୍ରିୟ ମାମଲା ରହିଛି । ସେହିପରି କରୋନାରେ ୩,୪୭୧ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ୫୩ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି ।
