କାର୍ ଧକ୍କାରେ ଶ୍ରମିକ ମୃତ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଗୋପ ଛକ ନିକଟ ଖମରପଡା ଛକ ଠାରେ ଏକ କାର୍ ଦୁର୍ଘଟଣାରେ ଜଣେ ଶ୍ରମିକ ମୃତ୍ୟୁ ହୋଇଥିବା ଜଣାପଡିଛି । କେନ୍ଦ୍ରାପଡା ପୋରାଂଚଳ ଅନ୍ତର୍ଗତ ଇଛାପୁର ଶାମଗୁଡିଆ ଅଂଚଳର ଦୈତାରୀ ବେହେରାଙ୍କ ପୁଅ ପ୍ରଶାନ୍ତ କୁମାର ବେହେରା(୪୩) ସାଇକେଲରେ ଯାଉଥିବା ସମୟରେ ଏକ ଦୃତଗାମୀ କାର୍ ତାଙ୍କୁ ଧକ୍ଲା ଦେବା ଫଲରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସଦର ଥାନା ପୋଲିସ କାର ଜବତ କରି ତଦନ୍ତ କରୁଥିବା ଜଣାପଡିଛି ।
