ଭାଗବତଚନ୍ଦ୍ରପୁର ହାଇସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ
ମୟୁରଭଞ୍ଜ : ବାରିପଦା ବ୍ଲକ ଅନ୍ତର୍ଗତ ଓରାଚନ୍ଦାବିଲ୍ଲା ଗ୍ରାମସ୍ଥିତ ଭାଗବତଚନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ, ୨୦୨୨-୨୩ ଜାନୁୟାରୀ ୨୭ ତାରିଖରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବବ୍ରତ ଜେନାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାହୁ ଯୋଗଦେଇ ବିଦ୍ୟାଳୟର ପୁରାତନ ଗୌରବଗାଥା ଆଲୋଚନା କରିବା ସହ ଛାତ୍ରଛାତ୍ରୀମାନେ କର୍ତ୍ତବ୍ୟନିଷ୍ଠା, ସତ୍କର୍ମ, ଅଜସ୍ର ପରିଶ୍ରମ, ଗୁରୁଭକ୍ତି ବଜାୟ ରଖି ସୁନାଗରିକ ରୂପେ ନିଜକୁ ଗଢି ତଳିବା ପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ରୂପେ ପୂର୍ବତନ ବରିଷ୍ଠ ଶିକ୍ଷକ ବିନୋଦ କୁମାର ସାମଲ ଛାତ୍ରଛାତ୍ରୀମାନଙ୍କ ଉନ୍ନତି ସହିତ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ କରିବା ପାଇଁ ଉପସ୍ଥିତ ସମସ୍ତ ବୁଦ୍ଧିଜୀବୀମାନଙ୍କୁ ଜଣାଇଥିଲେ । ସମ୍ମାନିତ ଅତିଥିଭାବେ ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ରାମହରି ମହାନ୍ତ, ପୂର୍ବତନ ପ୍ରଧାନଶିକ୍ଷକ ଉତ୍ପଳ କୁମାର ମହାପାତ୍ର, ପଚାଖାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଭାଗିରଥି ମହାନ୍ତ, ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଜଗଦିସ ହେମ୍ବ୍ରମ୍, ଭାଗବତଚନ୍ଦ୍ରପୁର ଗ୍ରାମପଞ୍ଚାୟତର ସରପଞ୍ଚ ଉର୍ମିଲା ସିଂ ପ୍ରମୁଖ ଯୋଗଦେଇ ବାର୍ଷିକ ଉତ୍ସବ ଓ କ୍ରୀଡା ଉତ୍ସବ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ରଜନୀରାଣୀ ପଣ୍ଡା ସ୍ମୃତି ସମ୍ମାନ ବିଜୟଲକ୍ଷ୍ମୀ ମହାନ୍ତ, କ୍ରୀଡା ଚମ୍ପିୟାନ୍ ସିନିୟର ବାଳକ ବିଭାଗରେ ଗୌରବ ସିଂ ଓ ବାଳିକା ବିଭାଗରେ ରଜନୀ ସିଂ, କ୍ରୀଡା ଚମ୍ପିୟାନ୍ ଜୁନିୟର ବାଳକ ବିଭାଗରେ ଚନ୍ଦନ ମହାପାତ୍ର ଓ ବାଳିକା ବିଭାଗରେ ପୂଜା ସୋରେନ୍ଙ୍କୁ ପୁରସ୍କୃତ କରିବା ସହ ଅନ୍ୟାନ୍ୟ ବିଭିନ୍ନ ପ୍ରିତଯୋଗିତାରେ କୃତୀ ଶତାଧିକ ଛାତ୍ରଛାତ୍ରୀଙ୍କୁ ଟ୍ରୋଫି ଓ ପଦକ ଦେଇ ପୁରସ୍କୃତ କରାଯାଇଥିଲା । ଏହି ଉତ୍ସବରେ ବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ଓ ସମ୍ପାଦକ, ପୂର୍ବତନ ପ୍ରଧାନଶିକ୍ଷକ, ଅବସରପ୍ରାପ୍ତ ଶିକ୍ଷକ, ସ୍ଥାନାନ୍ତରିତ ଶିକ୍ଷକଶିକ୍ଷୟିତ୍ରୀ, ଅବସରପ୍ରାପ୍ତ ଶିକ୍ଷା କର୍ମଚାରୀମାନଙ୍କୁ ମାନପତ୍ର, ଡାଏରୀ, ଫୁଲତଡା ଓ ସାଲ୍ ଦେଇ ସମ୍ବୋର୍ଦ୍ଧିତ କରାଯାଇଥିଲା । ସମ୍ବୋର୍ଦ୍ଧିତ ହୋଇଥିବା ବ୍ୟକ୍ତିମାନେ ହେଲେ ବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ଲମ୍ବୋଦର ପଣ୍ଡା ଓ ସମ୍ପାଦକ ରାମହରି ମହାନ୍ତ, ପୂର୍ବତନ ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାହୁ ଓ ଉତ୍ପଳ କୁମାର ମହାପାତ୍ର, ପଚାଖାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାଗିରଥି ମହାନ୍ତ, ଅବସରପ୍ରାପ୍ତ ଶିକ୍ଷକ ବିନୋଦ କୁମାର ସାମଲ, ସ୍ଥାନାନ୍ତର ଶିକ୍ଷକ ବିଜୟ କୁମାର ପଣ୍ଡା, ଦୀପକ ରାମ, ଜଗବନ୍ଧୁ ବେହେରା ଓ ଶିକ୍ଷୟିତ୍ରୀ ଝରଣା ନନ୍ଦ, ହେମଲତା ପାତ୍ର, ଅବସର ପ୍ରାପ୍ତ କିରାଣୀ ପୂର୍ଣ୍ଣଚନ୍ଦ୍ର ମହାକୁଡ, ଅବସରପ୍ରାପ୍ତ ଶିକ୍ଷା କର୍ମଚାରୀ କ୍ଷେତ୍ରମୋହନ ମହାନ୍ତ, ତ୍ରିଲୋଚନ ମାହନ୍ତ, ରଜନୀକାନ୍ତ ମହାନ୍ତ ।ସ୍ୱାଗତ ସଙ୍ଗୀତ, ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରିବେଷଣ କରିଥିଲେ । ଅତିଥି ପରିଚୟ ଶିକ୍ଷକ ଯାମିନୀକାନ୍ତ ମହାନ୍ତ, ମଞ୍ଚ ପରିଚାଳନା ଶିକ୍ଷୟିତ୍ରୀ ମଧୁମିତା ସାଉ, ବାର୍ଷିକପାଠ ବିବରଣୀ ପଠନ ଶିକ୍ଷକ ଦୀପକ କୁମାର ବାରିକ, ଧନ୍ୟବାଦ ଅର୍ପଣ ଶିକ୍ଷକ ମଞ୍ଜିତ୍ ହାଁସଦା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟିତ୍ରୀ ମୋନାଲିସା ଗୋଚ୍ଛାୟତ, କୃଷ୍ଣା ସିଂ, ମିନତୀ ବାରିକ, ମମତା ସାହୁ, ଜ୍ଞାନଦା ମହାନ୍ତି, ଦିପୀକା ସାହୁ, ଶିକ୍ଷକ ସାବନ ଧୁଣୁକି, ଆଶିଷ ବେହେରା, କ୍ରୀଡା ଶିକ୍ଷକ ସୁନୀଲ କୁମାର ସେଠି, ରାତ୍ରି ଜଗୁଆଳି ଦଶରଥ ମାର୍ଣ୍ଡି, ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ, ବିଦ୍ୟାଳୟ ପୁରାତନ ଛାତ୍ର ଓ ଅଭିଭାବକ ପ୍ରମୁଖ ସହଯୋଗ କରିଥିଲେ ।
