ସାଧାରଣତନ୍ତ୍ର ଦିବସ ପାଳିତ
କୋଣାର୍କ : କୋଣାର୍କ ଓ ଆଖପାଖ ଅଞ୍ଚଳରେ ୭୪ ତମ ସାଧାରଣତନ୍ତ୍ର ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ବାଲିଦୋକାନ ବଟେଶ୍ୱର ନୋଡ଼ାଲ ଉଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କୁରୁଜଙ୍ଗ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ, ଯମରା ପ୍ରାଥମିକ ବିଦ୍ୟାଳୟ, ଅବଦାନ ପଞ୍ଚାୟତ କାର୍ଯ୍ୟାଳୟ, କୋଣାର୍କ ପ୍ରେସ କ୍ଲବ, ଭଗବତୀ କଲେଜ, କୋଣାର୍କ ଏନଏସି କାର୍ଯ୍ୟାଳୟ, ପୋଲିସ ଷ୍ଟେସନ, ଚମ୍ପାହର ଫାୟାର ଷ୍ଟେସନ ସହ ଅନେକ ଅନୁଷ୍ଠାନ ଓ ସଙ୍ଗଠନ ପକ୍ଷରୁ ୭୪ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ ସହ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି ।
