କୁଣ୍ଡୁଳି ପଞ୍ଚାୟତରେ ବିଜେଡିର ମିଶ୍ରଣ ପର୍ବ; ଅନ୍ୟ ଦଳ ଛାଡି ଯୋଗଦେଲେ ଶତାଧିକ କର୍ମୀ
ଲଙ୍ଗଳେଶ୍ୱର : ବାଲିଆପାଳ ବ୍ଲକ କୁଣ୍ଡୁଳି ଗ୍ରାମ ପଞ୍ଚାୟତରେ ବୁଧବାର ବିଜୁ ଜନତା ଦଳର ବିଶାଳ କର୍ମୀ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବାଲିଆପାଳ ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରସାଦ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିଶାଳ କର୍ମୀ ସମାବେଶ ଓ ମିଶ୍ରଣ ପର୍ବରେ ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳ ଜିଲା ସଭାପତି ତଥା ପୂର୍ବତନ ଏମ୍ପି ଇଂ. ରବୀନ୍ଦ୍ର କୁମାର ଜେନା ଯୋଗଦେଇ ନବୀନ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା, ମହିଳା ସଶକ୍ତିକରଣ, ରାସ୍ତାଘାଟ, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ମିଶନ ଶକ୍ତି ଏବଂ ରାଜ୍ୟ ସରକାରଙ୍କ ସ୍ୱଚ୍ଛ ଶାସନ ବାବଦରେ ବକ୍ତବ୍ୟ ରଖିଥିଲେ ।
ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁବାସିନୀ ଜେନା, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ଜିଲା ସାଧାରଣ ସମ୍ପାଦକ ବରଦା ପ୍ରସନ୍ନ ପଟ୍ଟନାୟକ, ବିଜୁ କୃଷକ ଜନତା ଦଳ ଜିଲା ସଭାପତି ଅଜୟ କୁମାର ସାମଲ, ଜିଲା ପରିଷଦ ନିଶାକର ସେଠୀ, ଜିଲା ଛାତ୍ର ଜନତା ଦଳ ସଭାପତି ସୀମନ ଦାସ ମହାପାତ୍ର, ସରପଞ୍ଚ ଜୟନ୍ତ କୁମାର ଦାସ, ସମିତି ସଦସ୍ୟା ନମିତା ମଲ୍ଲିକ, ବସ୍ତା ବ୍ଲକ ବିଜେଡି ସଭାପତି ଅନୀଲ ମହାନ୍ତି, ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମୀଧର ଦାସ, ଅଶ୍ୱିନୀ କୁମାର ଜେନା, ଶତ୍ରୁଘ୍ନ ମଲ୍ଲିକ, ବସ୍ତା ନିର୍ବାଚନମଣ୍ଡଳୀ ଯୁବ ସଭାପତି ଅଞ୍ଜନ ଦଣ୍ଡପାଟ, ଦେବୀ ପ୍ରସାଦ ଭଞ୍ଜ, ବ୍ଲକ ମହିଳା ସଭାନେତ୍ରୀ ତଥା ସରପଞ୍ଚ କସ୍ତୁରୀବାଳା ପାତ୍ର, ବ୍ଲକ ଯୁବ ବିଜେଡି ସଭାପତି ସଂଗ୍ରାମ ପରିଡ଼ା, ଛାତ୍ର ବିଜେଡି ସଭାପତି ସୁଶାନ୍ତ ବେହେରା ପ୍ରମୁଖ ବହୁ ଦଳୀୟ ନେତୃବୃନ୍ଦ, ଯୁବ, ଛାତ୍ର ଓ ମହିଳାମାନେ ଯୋଗ ଦେଇଥିଲେ । ଏହି ଅବସରରେ କୁଣ୍ଡୁଳି ପଞ୍ଚାୟତର ଶତାଧିକ ଅନ୍ୟ ଦଳର କର୍ମୀ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ସମସ୍ତଙ୍କୁ ବିଜେଡି ଜିଲା ସଭାପତି ଇଂ ଜେନା ଏବଂ ମହିଳା ବିଜେଡିର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀମୀତ ଜେନା ଦଳୀୟ ଉତ୍ତରୀୟ ପିନ୍ଧାଇ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ୱାଗତ କରିଥିଲେ । ଦୁର୍ଜୟ ମହାନ୍ତି, କୈଳାସ ମଲ୍ଲିକ, ଦେବେନ୍ଦ୍ର ମଣ୍ଡଳ, ପିତାମ୍ବର ରାଉଳ, ପରେଶ ପଟ୍ଟାୟତ, ଭଗୀରଥ ମଲ୍ଲିକ, ଘନଶ୍ୟାମ ଜେନା, ଗୌରାଙ୍ଗ ମଲ୍ଲିକ, ଗଗନ ମଲ୍ଲିକ ପ୍ରମୁଖ ସମାବେଶ ପରିଚାଳନାରେ ସହଯୋଗ କରିଥିଲେ ।
