ପରାକ୍ରମ ଦିବସ ପାଳିଲା ବାଲେଶ୍ୱର ସଦର ଭାଜପା
ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ସୁରେନ୍ଦ୍ର ସାଏଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ
ବାଲେଶ୍ୱର : ବାଲେଶ୍ୱର ଜେଲ ରୋଡ୍ ସ୍ଥିତ ସଦର ଭାଜପା ଅଫିସ୍ ଠାରେ ମହାନ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଶା ମାଟିର ବରପୁତ୍ର, ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ବୀର ବିପ୍ଳବୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଓ ଭାରତର ମୁକ୍ତି ସଂଗ୍ରାମର ମହାନାୟକ ବୀର ସୁରେନ୍ଦ୍ର ସାଏଙ୍କ ୨୧୪ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି ।
ସଶସ୍ତ୍ର ସଂଗ୍ରାମର ମହାନାୟକ କାଳଜୟୀ ପୁରୁଷ ନେତାଜୀଙ୍କ ସାହାସ, ବୀରତ୍ୱ ଓ ଆତ୍ମବଳିଦାନର ଗାଥା ଅତୁଳନୀୟ ଥିଲା ତତ୍ସହିତ ତାଙ୍କ ପରାକ୍ରମ ଓ ଦେଶଭକ୍ତି ଆଜି ମଧ୍ୟ ଆମ ଯୁବପିଢିଙ୍କୁ ପ୍ରେରଣା ଦେଉଛି । ଆଜିର ଦିନ ସମସ୍ତଙ୍କ ଭାରତୀୟଙ୍କ ପାଇଁ ଏକ ଗୌରବର ଦିନ, ଏହି ଶୁଭ ଅବସରରେ ଦେଶର ଯସଶ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିର ଦିନକୁ ପରାକ୍ରମ ଦିବସ ଭାବେ ଘୋଷଣା କରିଛନ୍ତି । ବୀର ସୁରେନ୍ଦ୍ର ସାଏ ଓଡ଼ିଶାର ଶୌର୍ଯ୍ୟମୟ ପରିଚୟର ଅନନ୍ୟ ପ୍ରତୀକ ଓ ଓଡ଼ିଆ ଜାତିର ଅସ୍ମିତାର ପରିଚୟ । ଭାରତର ସ୍ୱାଧୀନତା ସଂଗ୍ରାମରେ ସେ ଅଦ୍ଭୁତପୂର୍ବ ସାହସ ଦେଖାଇବା ସହ ଅଧିକ ସମୟ କାରାଗାରରେ ସମୟ ବିତାଇଥିଲେ ଓ ଶେଷରେ ଦେଶ ମାତୃକାର ସେବା ପାଇଁ ବଳିଦାନ ଦେଇଥିଲେ । ତାଙ୍କ ବିରଳ ନେତୃତ୍ୱ, ଅସୀମ ପରାକ୍ରମ ଓ ଦେଶ ମାତୃକାର ସେବା ପାଇଁ ବଳିଦାନ ଯୁଗ ଯୁଗ ଧରି ଯୁବପିଢିଙ୍କୁ ଅନୁପ୍ରାଣିତ କରିବ । ଏହି ପରିପେକ୍ଷୀରେ ଉପସ୍ଥିତ ବରିଷ୍ଠ ନେତୃବୃନ୍ଦ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ତାଙ୍କର ସ୍ମୃତିଚାରଣ କରାଯାଇଥିଲା ।
କାର୍ଯ୍ୟକ୍ରମରେ ରାଜ୍ୟ ଯୁବମୋର୍ଚ୍ଚା ଉପ-ସଭାପତି ମାନସ କୁମାର ଦତ୍ତ, ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ପର୍ଶୁରାମ ବେହେରା, ରାଜ୍ୟ ମହିଳା ମୋର୍ଚ୍ଚା ଉପ-ସଭାନେତ୍ରୀ ସୁଷମା ବିଶ୍ୱାଳ, ଗୌରାଙ୍ଗ ଦାସ, ସୁଜିତ ଦେବ, ଉପେନ୍ଦ୍ର ଶତପଥୀ, ବୈଲୋଚନ ଦାସ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ଦୁକୁଲ ଘୋଡ଼େଇ, ଗୌର ସାହୁ, ରାଜେନ୍ଦ୍ର ଚାଟାର୍ଜୀ, ରୋଜାଲିନ ପାଣି, ସସ୍ମିତା ନାଥ, ସଂଯୁକ୍ତା ମହାପାତ୍ର, ସସ୍ମିତା ଦାଶ, ଶ୍ରୀୟା ଦାସ, ସୁସ୍ମିତା ଶୁକ୍ଳ, ଝରଣା ଦାସ, ଆଶାଲତା ବାଡି, ସୁମିତ୍ରା ପରିଡା, ବଳରାମ ପାତ୍ର, କ୍ରିଷ୍ଣଗୋପାଲ କର, କୌସିକ ଚାନ୍ଦ, ପବନ ସିଂହ, ସୁରେନ ମାଝୀ, ସେଖ ହଲିମ, ପ୍ରଶା” ସାହୁ, ସୌଭାଗ୍ୟ ମାନସ ନାୟକ, ଅମୂଲ୍ୟ ସେଠୀ, ମାୟାଧର ପ୍ରଧାନ, ଜୀବନ ପାଣି, ଉମେଶ ବେହେରା, ନାରାୟଣ ଦତ୍ତ, ଶକ୍ତିଶଙ୍କର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।
