ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ପରାକ୍ରମ ଦିବସ ପାଳିତ
ବସ୍ତା : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନକୁ ବସ୍ତାରେ “ପରାକ୍ରମ ଦିବସ’ ରୁପେ ମହା ସମାରୋହରେ ପାଳିତ କରାଯାଇଛି । ଏହି ଉପଲକ୍ଷେ ବସ୍ତା ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଏକ ଜୟନ୍ତୀ ସଭା ପ୍ରଧାନାଚାର୍ଯ୍ୟ ଶ୍ରୀପତି ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ନେତାଜୀଙ୍କ ସହ ବୀର ସୁରେନ୍ଦ୍ର ସାଏ ଓ ରାଷ୍ଟ୍ରଭକ୍ତ ସଦାନନ୍ଦ ପାନ୍ଥୱାଣେଙ୍କ ଜନ୍ମଦିନରେ ସମସ୍ତଙ୍କ ପାଇଁ ସ୍ମୃତି ଚାରଣ କରାଯାଇ ଥିଲା ।
ଛାତ୍ରୀ ଅନନ୍ୟା ଘୋଷ, ଅପୂର୍ବା ପରିଡ଼ା ଓ ନବଜ୍ୟୋତି ରାଉଳ ବୀରଗାଥା ଗାନ କରିଥିଲେ । ଶରତ ଗୁରୁଜୀ, ନମିତା ଓ ପୁଷ୍ପ ଗୁରୁମା ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଭାବେ ସମାଜସେବୀ ଶ୍ୟାମାପ୍ରସାଦ ବେହେରା ଓ ବକ୍ତା ଭାବେ ଖବରଦାତା ରାମଚନ୍ଦ୍ର ଦେବ ଉଦ୍ବୋଧନ ଦେଇଥିଲେ । ପ୍ରଶାନ୍ତ ଗିରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
