ମନ୍ଦିରରୁ ଜୋତା କିମ୍ବା ଚପଲ ଚୋରି ହେବା ହୋଇଥାଏ ଅତ୍ୟନ୍ତ ଶୁଭ! ଜାଣନ୍ତୁ କାହିଁକି
ଆପଣଙ୍କର ଜୋତା କିମ୍ବା ଚପଲ କେବେ ମନ୍ଦିରରୁ ହଜିଯାଇଛି କିମ୍ୱା ଚୋରି ହୋଇଯାଇଛି କି? ସାଧାରଣତଃ ଯେକୌଣସି ଜିନିଷ ଚୋରି ହେତୁ ଆମେ କିଛି ଆର୍ଥିକ କ୍ଷତି ସହିବା ସହିତ ପ୍ରିୟ ଜିନିଷ ହଜିବା ଯୋଗୁଁ କିଛି ଦୁଃଖ ମଧ୍ୟ ରହିଥାଏ, କିନ୍ତୁ ପୁରୁଣା ବିଶ୍ୱାସ ଅନୁଯାୟୀ ଜୋତା (Shoes) ବା ଚପଲ ଚୋରି ଏକ ଶୁଭ ସଙ୍କେତ ଅଟେ । ବିଶେଷ ଭାବେ ଯଦି ଏହି ଘଟଣାଟି ମନ୍ଦିରରେ ଘଟିଥାଏ ତେବେ ଏହା ଆହୁରି ମଧ୍ୟ ଭଲ ହୋଇଥାଏ । ଯଦି ସୌଭାଗ୍ୟବଶତଃ ସେଦିନ ଶନିବାର ତେବେ ଏହା ବହୁତ ଭଲ ବୋଲି ମନେ କରାଯାଇଥାଏ ।
ବିଶ୍ୱାସ କରାଯାଏ ଯେ ପାଦରେ ଶନି (Shani Dev) ଗ୍ରହର ପ୍ରଭାବ ରହିଥାଏ । ଏପରି ପରିସ୍ଥିତିରେ ଯଦି ଶନିଙ୍କର ଦୋଷା ଚାଲିଛି, ତେବେ ଶନି ଗ୍ରହର ଖରାପ ପ୍ରଭାବ ଆହୁରି ବଢିଯାଏ। ତେବେ ଜ୍ୟୋତିଷ ଶାସ୍ତ୍ର କୌଣସି ମନ୍ଦିରରେ କିମ୍ବା କୌଣସି ଅଭାବୀ ବ୍ୟକ୍ତିଙ୍କୁ ନୂଆ ଚପଲ ବା ଜୋତା (Shoes) ଦାନ କରିବାର ଉପଦେଶ ଦିଅନ୍ତି ।
କାରଣ ଶନି (Shani Dev) ଙ୍କ ପ୍ରଭୁତ୍ୱ ପାଦରେ ରହିଥାଏ, ତେଣୁ ଶନିବାର ଦିନ ମନ୍ଦିରରେ ଚପଲ କିମ୍ବା ଜୋତା ଦାନ କରିବା କିମ୍ବା ଚୋରି ହେବା ଦ୍ୱାରା ଶନିଙ୍କ ଦ୍ୱାରା ହେଉଥିବା କଷ୍ଟ ଓ ଅନ୍ୟାନ୍ୟ ଖରାପ ପ୍ରଭାବରୁ ମୁକ୍ତି ମିଳିଥାଏ ।
ତେଣୁ ଯଦି ମନ୍ଦିରରେ ଜୋତା କିମ୍ୱା ଚପଲ ଚୋରି ହୁଏ ତେବେ ଦୁଃଖିତ ହୁଅନ୍ତୁ ନାହିଁ, କାରଣ ଏହା ଏକ ଶୁଭ ସଙ୍କେତ ଯାହାକି ଶନିଙ୍କ ଦ୍ୱାରା ଆପଣଙ୍କ ଜୀବନରେ ଆସୁଥିବା ପ୍ରତିବନ୍ଧକଗୁଡ଼ିକ ବର୍ତ୍ତମାନ ହ୍ରାସ ପାଇବ ।
କ’ଣ ଉପାୟ କରିବେ? :
ଶନି ଦଶା ସମୟରେ ଶନି ପୂଜା କରନ୍ତୁ । ଶନି ଦେବଙ୍କୁ ସୋରିଷ ତେଲ ଅର୍ପଣ କରନ୍ତୁ । ଶନିବାର ଆମିଷ ବର୍ଜନ କରନ୍ତୁ । ଗରିବଙ୍କୁ କିଛି ନା କିଛି ଦାନ କରନ୍ତୁ । କୁଷ୍ଠ ରୋଗୀଙ୍କ ସେବା କରନ୍ତୁ । ପଶୁପକ୍ଷୀଙ୍କର ସେବା କରନ୍ତୁ । ଏହାସହ ପ୍ରତ୍ୟେକ ଶନିବାର ଶନି ଚାଳିସା ପାଠ କରନ୍ତୁ । ଏସବୁ ଉପାୟ ଆପଣାଇଲେ ଆପଣଙ୍କ ଉପରେ ଶନି ଦଶାର ପ୍ରଭାବ କମ୍ ରହିବ ।
