ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢିଲେ ରାଜ୍ୟ ବିଜେପି ପାଇଁ ନିଶ୍ଚିତ ଭାବେ ଲାଭ ହେବ – ସମୀର ମହାନ୍ତି
ଭୁବନେଶ୍ୱର : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗାମୀ ନିର୍ବାଚନ ଲଢିବା ନେଇ ସ୍ପଷ୍ଟ ସଂକେତ ଦେବା ପରେ ଏହାକୁ ନେଇ ଚର୍ଚା ଆରମ୍ଭ ହୋଇଯାଇଛି । ତେବେ ସେ ନିର୍ବାଚନ ଲଢିଲେ ଏହା ଦଳ ପାଇଁ ନିଶ୍ଚୟ ଲାଭଦାୟକ ହେବ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି । ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ମହାନ୍ତି କହିଛନ୍ତି ଯେ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ଜଣେ ଦକ୍ଷ ନେତା । ଏମିତି କି ଓଡ଼ିଶାର ବିକାଶ ପାଇଁ ତାଙ୍କର ଅନେକ ଯୋଗଦାନ ରହିଛି । ନିର୍ବାଚନ ଗଣତନ୍ତ୍ରର ଏକ ପ୍ରକ୍ରିୟା । ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢ଼ିଲେ ରାଜ୍ୟ ବିଜେପି ପାଇଁ ନିଶ୍ଚିତ ଭାବରେ ଫାଇଦା ହେବ ।
