ହ୍ୟୁମାନ-ଶ୍ରୀୟା ବିବାଦ ମାମଲା : ଆଜି ମହିଳା କୋର୍ଟରେ ହାଜର ହେଲେନି ଦମ୍ପତି ଆଗାମୀ ୩୦ ତାରିଖ ଦିନ ଉଭୟଙ୍କୁ ଡକା ଯାଇଛି
ଭୁବନେଶ୍ୱର : ଗାୟକ ହ୍ୟୁମାନ ସାଗର ଓ ତାଙ୍କର ପତ୍ନୀ ଶ୍ରୀୟା ବିବାଦ ମାମଲାରେ ଆଜି ଉଭୟଙ୍କର କଟକ ସ୍ଛିତ ମହିଳା କୋର୍ଟରେ ହାଜର ହେବାର ଥିଲା । ମାତ୍ର ଉଭୟ ଥାନାରେ ହାଜର ହୋଇ ନାହାନ୍ତି । ତେଣୁ କମିଶନରେଟ ପୋଲିସ ପକ୍ଷରୁ ଉଭୟଙ୍କର କାଉନସେଲିଂକୁ ଆଗାମୀ ୩୦ ତାରିଖ ଯାଏ ଘୁଂଚାଇ ଦିଆଯାଇଛି । କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ଯେ ଶ୍ରୀୟା ୩୦ ତାରିଖ ଦିନ ମହିଳା ଥାନାକୁ ଆସିବେ । ସେହି ଦିନ ହ୍ୟୁମାନଙ୍କୁ ଆସିବା ପାଇଁ କୁହାଯାଇଛି । ଉଭୟ ୩୦ ତାରିଖ ସକାଳ ୧୦ଟା ସମୟରେ ଥାନାରେ ହାଜର ହୋଇ ପକ୍ଷ ରଖିବେ । ଉଲ୍ଲେଖନୀୟ ଯେ ଉଭୟଙ୍କ ମଧ୍ୟରେ ପାରିବାରିକ ବିବାଦ ପରେ ଏଣେ ହ୍ୟୁମାନ୍ ଓ ପତ୍ନୀ ଶ୍ରେୟାଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗିରହିଥିବା ବେଳେ ଶ୍ରେୟା ସାମ୍ବାଦିକ ସମ୍ମିଳନୀ କରି ସ୍ୱାମୀ ହ୍ୟୁମାନ୍ ସାଗର ଓ ତାଙ୍କ ମାଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ହ୍ୟୁମାନ୍ ପାଲଟା ଅଭିଯୋଗରେ କହିଛନ୍ତି ଯେ ବାହାଘରର ଆଠ ବର୍ଷ ଭିତରେ ଶ୍ରେୟା କେବେ ଏଭଳି ଅଭିଯୋଗ ଆଣି ନଥିଲେ । ତା ମାନେ ସେ ଏତେ ଦିନ ନିର୍ଯାତନା ସହିଥିଲେ ବୋଲି ହ୍ୟୁମାନ୍ ପ୍ରଶ୍ନ କରିଛନ୍ତି । ହ୍ୟୁମାନ୍ ଆହୁରି କହିଛନ୍ତି ଯେ ଶ୍ରେୟା ଯେଉଁ ତୃତୀୟ ବ୍ୟକ୍ତି କଥା କହୁଛନ୍ତି, ସେଭଳି କେହି ନାହାନ୍ତି । ଶ୍ରେୟା, ଝିଅ ଓ ମା ଠାରୁ ଆଉ କେହି ବଡ଼ ନୁହେଁ । ଅନ୍ୟପାଇଁ ମୋ ପରିବାର କେବେ ବି ଭାଙ୍ଗିପାରିବିନି । ମୋ ଶାଶୂ ମୋ ମାଆ ଭଳି । ତାଙ୍କୁ କୌଣସି ଅପମାନଜନକ ଶବ୍ଦ କହିପାରିବି ନାହିଁ ବୋଲି କହିଛନ୍ତି ହ୍ୟୁମାନ୍ ।
