କୁସୁମ କୁଟି ଆଦିବାସୀ ସାହିରେ ଅଗ୍ନିକାଣ୍ଡ : ସର୍ବସ୍ୱ ହରାଇଲା ପାନ କିସ୍କୁ
ଜଳେଶ୍ୱର : ଜଳେଶ୍ୱର ବ୍ଳକ ଅଧିନ ନାମ୍ପୋ ପଂଚାୟତର କୁସୁମକୁଟି ଆଦିବାସୀ ସାହିରେ ହଠାତ୍ ଅଗ୍ନିକାଣ୍ଡ ଘଟି ପାନ କିସ୍କୁର ସଂପୂର୍ଣ୍ଣ ଘର ଭସ୍ମିଭୂତ ହୋଇଛି । ପାନ କିସ୍କୁ ବନ୍ଧୁଘରକୁ ଯାିଥିବା ବେଳେ ହଠାତ୍ ତା ଘରେ ନିଆଁ ଲାଗିଥିବାର ପଡୋଶୀମାନେ ଦମକଳ ବାହିନୀକୁ ଜଣାଇଥିଲେ । ଦମକଳ ଅଦିବା ବେଳେକୁ ଘରଟି ସଂପୂର୍ଣ୍ଣ ଜଳିଯାଇଥିଲା । ତଥାପି ଗୁହାଳରେ ଥିବା ଗୃହପାଳିତ ପଶୁକ ଅର୍ଦ୍ଧଦଗ୍ଧ ଭାବେ ଉଦ୍ଧାର କରାଯାଇଥିବା ବେଳେ ଧାନ, ଚାଉଳ, ଲୁଗା, ପଟା ପୋଡି ନଷ୍ଟ ହୋଇ ଯାଇଛି । ତେଣୁ ତାଙ୍କୁ ତୁରନ୍ତ ସହାୟତା ଯୋଗାଇବାକୁ ସାଧାରଣରେ ଦାବି ହେଉଛି ।
