ଏଆଇଡିଏସଓ ପକ୍ଷରୁ ପ୍ରବନ୍ଧ ଓ ସାଧାରଣ ଜ୍ଞାନ ପ୍ରତିଯୋଗୀତା
ବାଲେଶ୍ୱର : ବାଲେଶ୍ୱର ସହର ହଜି ନାସିରୁଦ୍ଦିନ ଊପ୍ରା ମଇ ବିଦ୍ୟାଳୟ ପରିସରରେ ଅଲ୍ ଇଣ୍ଡିଆ ଡେମୋକ୍ରେଟିକ୍ ଷ୍ଟୁଡେଣ୍ଟ ଅର୍ଗାନାଇଜେସନ୍ (ଏଆଇଡିଏସଓ) ବାଲେଶ୍ୱର ସଦର କମିଟି ତରଫରୁ ନେତାଜୀଙ୍କ ୧୨୬ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ପ୍ରବନ୍ଧ ଓ ସାଧାରଣ ଜ୍ଞାନ ପ୍ରତିଯୋଗୀତା ରବିବାର ଅନୁଷ୍ଠିତ ହୋଇଛି । ଛାତ୍ରୀଛାତ୍ରଙ୍କୁ ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ କରିବା ପାଇଁ ଆୟୋଜିତ ଏହି ପ୍ରତିଯୋଗୀତାରେ ସଦର ବ୍ଲକର ବିଭିନ୍ନ ଅଞ୍ଚଳରୁ ଶତାଧିକ ଛାତ୍ରୀଛାତ୍ର ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ ।
ଏଆଇଡିଏସ୍ଓ ସଦର ବ୍ଲକ କମିଟିର ଆବାହକ ପ୍ରଶାନ୍ତ କୁମାର ଦାସଙ୍କ ନେତୃତ୍ୱରେ ମୃତ୍ୟୁଞ୍ଜୟ ସେନାପତି, ଆରତୀ ମେହେର, ଭଞ୍ଜ ସିଂ, ରଶ୍ମିରଞ୍ଜନ ସ୍ୱାଇଁ, ନମିତା ବାରିକ, କିଶନ କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ । ଆସନ୍ତା ୨୯ ତାରିଖ ରବିବାର ନେତାଜୀଙ୍କ ଜୟନ୍ତୀ ପାଳନ କରାଯାଇ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ସମେତ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବାର ବ୍ୟବସ୍ଥା କରାଯାଇଥିବାର କମିଟିର ଆବାହକ ଶ୍ରୀ ଦାସ ସୂଚନା ଦେଇଛନ୍ତି ।
