ଆଲଫା ବେଷ୍ଟର ଆଲଫା ମେଗା ଟାଲେଣ୍ଟ ସର୍ଚ୍ଚ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲାର ସର୍ବପ୍ରଥମ ଆବାସିକ ମହାବିଦ୍ୟାଳୟ “ଆଲଫା ବେଷ୍ଟ” ପରିସରରେ ଆଲଫା ବେଷ୍ଟ ମେଗା ଟାଲେଣ୍ଟ ସର୍ଚ୍ଚ କରାଯାଇଥିଲା । ଏଥିରେ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ୪୯୨ଜଣ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ ୧୫ଜଣ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଆଲଫା ବେଷ୍ଟ କଲେଜ ଅଧ୍ୟକ୍ଷ କ୍ଷୀରୋଦ ପ୍ରସାଦ ସାହୁଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ କଲେଜ ପରିଚାଳନା ସମିତିର ଅଧ୍ୟକ୍ଷ ଡଃ. ଗନ୍ଧର୍ବ ଚରଣ ନାୟକ ମୁଖ୍ୟ ଅତିଥି, ନିର୍ଦେଶକ ଅନ୍ତରାମ ପଣ୍ଡା, ପରିଚାଳନା ନିର୍ଦେଶକ ଅଦୈତ ପ୍ରସାଦ ନାୟକ, ପୂର୍ବତନ ଜିଲ୍ଲା ବିଜ୍ଞାନ ପରିଦର୍ଶକ ପୀତବାସ ପଣ୍ଡା, ଅଧ୍ୟାପକ ଗୋବିନ୍ଦ ଦାସ, ଅଧ୍ୟାପକ ଗୋପବନ୍ଧୁ ବେହେରା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ଅଧ୍ୟାପକ ସମ୍ବିତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଆଲଫା ବେଷ୍ଟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
