ବଢ଼ୁଛି ହ୍ୟୁମାନଙ୍କ ଅଡ଼ୁଆ ! ଘଟଣାରେ ରହିଛି ତୃତୀୟ ବ୍ୟକ୍ତିଙ୍କ ସମ୍ପୃକ୍ତି : ଶ୍ରୀୟା
ପୁରୀ : ବଢ଼ୁଛି ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଅଡ଼ୁଆ । ସମ୍ବାଦିକ ସମ୍ମିଳନୀରେ ପତ୍ନୀ ଶ୍ରୀୟାଙ୍କ ବଡ଼ ବୟାନ । ଘଟଣାରେ ରହିଛି ତୃତୀୟ ବ୍ୟକ୍ତିଙ୍କ ସମ୍ପୃକ୍ତି । ସିନ୍ଦୂର ଟିକିଲି ଲଗାଇବାକୁ ହେଉଥିଲା ବାରଣ । ମଦ୍ୟପାନ ପରେ ମାଡ଼ ମାରୁଥିଲେ ସ୍ୱାମୀ । କେବେ ବି ଶାଶୁ ଦେଇନାହାନ୍ତି ନିର୍ଯାତନା ।
ଆଜି ପୁରୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରେୟା କହିଛନ୍ତି ଯେ ସ୍ବାମୀ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଛନ୍ତି। ସେ ମଦପିଇ ତାଙ୍କୁ ଭୀଷଣ ମାଡ଼ ମାରନ୍ତି। ଅନ୍ୟ ମହିଳାଙ୍କ ସହ ହ୍ୟୁମାନ ସାଗରଙ୍କ ସହ ପରକୀୟା ସଂପର୍କ ଥିବା ନେଇ ମଧ୍ୟ ସେ ଅଭିଯୋଗ କରିଛନ୍ତି। ତେବେ ଶାଶୁ ତାଙ୍କୁ ନିର୍ଯାତନା ଦେଇନାହାନ୍ତି। ଯାହା ନିର୍ଯାତନା ଦେଇଛନ୍ତି, ତାହା କେବଳ ହ୍ୟୁମାନ ସାଗର ଦେଇଛନ୍ତି।
ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ହ୍ୟୁମାନ ପ୍ରବଳ ମଦ୍ୟପାନ କରୁଥିଲେ । ମଦ୍ୟପାନ କରିବାକୁ ବାରଣ କରିବାରୁ ମାଡ଼ ମାରୁଥିଲେ ହ୍ୟୁମାନ । ମୋତେ ଉଭୟ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିଲା । ଝିଅର ଜନ୍ମ ପରେ ହ୍ୟୁମାନଙ୍କ ନିର୍ଯାତନା ତାଙ୍କ ପ୍ରତି ବଢ଼ିଥିଲା ବୋଲି ସେ କହିଛନ୍ତି । ଖାଲି ସେତିକି ନୁହେଁ, ଝିଅ ପ୍ରତି ହ୍ୟୁମାନଙ୍କ ଆଟାଚମେଣ୍ଟ ନଥିଲା ବୋଲି ଶ୍ରୀୟା କହିଛନ୍ତି । ସ୍ୱାମୀଙ୍କ ନିର୍ଯାତନା ସହ୍ୟ ନକରିପାରିବାରୁ ଥାନାର ଦ୍ୱାରସ୍ଥ ହୋଇଛି । ଶାଶୁଘର ଲୋକ ତାଙ୍କ ନିୟମ ମାନି ଚଳିବାକୁ ଚାହାନ୍ତି । ସିନ୍ଦୂର ଟିକିଲି ଲଗାଇବାକୁ ବାରଣ କରାଯାଏ । ହେଲେ ଏଥି ପାଇଁ ଶାଶୁ କେବେ ବି ନିର୍ଯାତନା ଦେଇନାହାନ୍ତି । ଖାଲି ସେତିକି ନୁହେଁ ଏହି ଘଟଣାରେ ତୃତୀୟ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା କହିଛନ୍ତି ଶ୍ରେୟା । ତୃତୀୟ ବ୍ୟକ୍ତିଙ୍କ ନାଁ ସ୍ପଷ୍ଟ କରିନଥିବା ବେଳେ ଆଗକୁ ସବୁକିଛି ସ୍ପଷ୍ଟ ହେବ। ମୁଁ ଚାହେଁ ହ୍ୟୁମାନ ବାଟକୁ ଆସନ୍ତୁ । ସବୁକିଛି ଖରାପ କଥା ମନରୁ କାଢ଼ି ଦିଅନ୍ତୁ । ମୋତେ ସ୍ତ୍ରୀର ସମ୍ମାନ ମିଲିଲେ ମୁଁ ପୁଣି ଫେରିବି ବୋଲି କହିଛନ୍ତି ଶ୍ରୀୟା ।
ସୂଚନା ଯେ, ଗତ ଗୁରୁବାର କଟକ ମହିଳା ଥାନାରେ ହ୍ୟୁମାନ ଓ ଶ୍ରେୟା ହାଜର ହୋଇଥିଲେ। ପୋଲିସ ଉଭୟ ପତିପତ୍ନୀ, ସେମାନଙ୍କ ପରିବାର ଲୋକ ଓ ଓକିଲଙ୍କୁ ବସାଇ ଆଲୋଚନା କରିଥିଲା। କିନ୍ତୁ, ଉଭୟ ପକ୍ଷ ପରସ୍ପର ବିରୋଧରେ ଟିପ୍ପଣୀ କରିଛନ୍ତି। ପୋଲିସ ସେମାନଙ୍କୁ ଦୁଇଦିନ ସମୟ ଦେଇ ପରସ୍ପର ଭିତରେ ଆଲୋଚନା କରି ବିବାଦର ସମାଧାନ କରିବାକୁ କହିଥିଲା। ଏହା ନ ହେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲା ପୋଲିସ। ତେବେ ଆଜି ପ୍ରେସମିଟରେ ଶ୍ରେୟାଙ୍କ ଅଭିଯୋଗ ପରେ ସମାଧାନ ଆଶା ମଉଳି ଯାଇଛି।
