ରାଜ୍ୟରେ କରୋନା ସଂକ୍ରମିତ ଆଉ ୪୪ ମୃତ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ବୁଧବାର ଗତ ୨୪ ଘଣ୍ଟା ମଧ୍ୟରେ ୩ହଜାର ୫୩୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୫ଜଣ ରହିଥିବା ବେଳେ ପୁରୀ, କଳାହାଣ୍ଡି ଓ ଗଞ୍ଜାମରୁ ୪ ଜଣ ଲେଖାଏଁ ରହିଛନ୍ତି । ସେହିପରି କଟକ, ଜଗତସିଂହପୁର, ଝାରସୁଗୁଡା, ରାୟଗଡା ଓ ସୁନ୍ଦରଗଡରୁ ୩ ଜଣ ଲେଖାଏଁ ରହିଥିବା ବେଳେ ବରଗଡ, ବୌଦ୍ଧ ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏଁ ରହିଛନ୍ତି । ସମ୍ବଲପୁର, ନୂଆପଡା, କେନ୍ଦୁଝର, କନ୍ଧମାଳ, ଗଜପତି ଓ ଢେଙ୍କାନାଳରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ୮,୬୩,୦୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮,୧୧,୭୮୦ ଜଣ ସୁସ୍ଥ ହୋଇଥିବା ବେଳେ ୪୭,୭୯୬ ଜଣ ସକ୍ରିୟ ମାମଲା ରହିଛି । ସେହିପରି କରୋନାରେ ୩,୪୩୨ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ୫୩ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି ।
