ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ୪୦ ୟୁନିଟ୍ ରକ୍ତ ସଂଗୃହିତ
ଧର୍ମଶାଳା : ରକ୍ତଦାନ ମହତ ଦାନ । ଏହି ଅବସରରେ ଡୋନେଟ୍ ବ୍ଲଡ ସେଭ୍ ଲାଇଫ୍ ଓଡିଶା ଅନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜିଲା ରସୁଲପୁର ବ୍ଲକ ଅର୍ଥଙ୍ଗା ପଂଚାୟତସ୍ଥ ଚଅପୋଇ ମେଲଣ ପଡିଆଠାରେ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ଡାକ୍ତର ପ୍ରଫୁଲ୍ଲ ଗିରି, ସାମାଜିକ କର୍ମୀ କାର୍ତିକ ଚନ୍ଦ୍ର ମହାଳିକ ଓ ହାଇଟେକ୍ କଲେଜର ଅଧ୍ୟକ୍ଷ ସମ୍ବିତ ବିଶ୍ୱାଳ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ସ୍ୱେଚ୍ଛାକୃତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ଅଭିଜ୍ଞ ଡାକ୍ତର ଯୋଗଦେଇ ରକ୍ତ ସଂଗୃହିତ କରିଥିଲେ । ଏଥିରେ ମୋଟ ୪୦ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ରକ୍ତଦାତାମାନଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଦେବାଶିଷ ସିଅ, ଉତମ ପଣ୍ଡା, ନିଶିକାନ୍ତ ବିଶ୍ୱାଳ, ଗୋପାଳ ଦାସ, ରଞ୍ଜନ ପତି, ନିତ୍ୟାନନ୍ଦ ବାରିକ, ସଞ୍ଜିବ ସାହୁ, ଇନ୍ଦ୍ରଜିତ ସାହୁ ଓ ଅଚ୍ୟୁତା ନନ୍ଦ ମହାଳିକ ପ୍ରମୁଖ ସହଯୋଗ କରିଥିଲେ । ଏଭଳି ମହତ କାର୍ଯ୍ୟକୁ ନେଇ ଅଂଚଳବାସୀ କୃତଜ୍ଞତା ଜଣାଇଛନ୍ତି ।
