ବିରଜା ମନ୍ଦିର ଅନ୍ଲାଇନ୍ ବ୍ୟାଙ୍କ ସେବା ଆରମ୍ଭ
ଯାଜପୁର : ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ସ୍ୱନକ୍ଷତ୍ର ଦିବସ ଅବସରରେ ଉଦଘାଟିତ ହେଲା ଅନଲାଇନ ମାଧ୍ୟମରେ ଦକ୍ଷିଣା ଗ୍ରହଣ ସେବା। ମନ୍ଦିର ଟ୍ରଷ୍ଟି ତଥା ଯାଜପୁର ଉପଜିଲ୍ଲାପାଳ ଗୋପୀନାଥ କୁଅଁର ଏହି ସେବାକୁ ଉଦଘାଟନ କରିଥିଲେ। ପୂର୍ବରୁ କେବଳ ହୁଣ୍ଡି ମାଧ୍ୟମରେ ଭକ୍ତ ଓ ଶ୍ରଦ୍ଧାଳୁ ମାଙ୍କ ପୀଠକୁ ଦାନ ଦେଇପାରୁଥିଲେ। କିନ୍ତୁ ଆଜି ଠାରୁ ମନ୍ଦିର ପରିସରରେ ଲାଗିଥିବା କ୍ୟୁ ଆର କୋଡ଼ରେ ସ୍କାନ କରି ଶ୍ରଦ୍ଧାଳୁମାନେ ଦାନ କରିପାରିବେ। ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ଏହି ସେବା ଆରମ୍ଭ ହୋଇଛି।ଏହି ଅବସରରେ ଯାଜପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ,ମନ୍ଦିର ପୁରୋଧା ଜ୍ଞାନ ରଞ୍ଜନ ପତି,ଆଇଡ଼ିବିଆଇ ଶାଖା ପରିଚାଳକ ଜୟନ୍ତ କୁମାର ବେହେରା, ଏଜିଏମ୍ ଦିପ୍ତି ରଞ୍ଜନ ରାଉତ, ଚିତ୍ତ ରଞ୍ଜନ ନାୟକ, ସୁଦିପ୍ତ କର ଓ ବିଜୟ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅନ ଲାଇନ ସେବା ଆରମ୍ଭ ଦ୍ୱାରା ଶ୍ରଦ୍ଧାଳୁ ମାନେ ଦୂରଦୂରାନ୍ତରୁ ମଧ୍ୟ ମାଙ୍କ ପୀଠର ଉନ୍ନତି କରଣ ଉଦେଶ୍ୟରେ ଟଙ୍କା ପଠାଇପାରିବେ।
