୪୦୦ ଗ୍ରାମ ବ୍ରାଉନସୁଗାର ଓ ନଗଦ ୨୬ ହଜାର ୨୦୦ ଟଙ୍କା ସମେତ ବୋଲେରୋ ଜବତ, ଦୁଇ ଗିରଫ
ଖୋର୍ଦ୍ଧା : ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ବ୍ରାଉନସୁଗାର କାରବାରରେ ଲିପ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ।ସେମାନେ ହେଲେ ଖୋର୍ଦ୍ଧାର ସନ୍ଦୀପ ମହାନ୍ତି ଏବଂ ଢେଙ୍କାନାଳ ସଦର ଥାନା ଅଂଚଳର ଗଣେଶ୍ୱର ବେହେରା । ପୋଲିସ ଏମାନଙ୍କ ନିକଟରୁ ଏକ ବୋଲେରୋ ଗାଡ଼ି ସହ ୪୦୦ ଗ୍ରାମ ବ୍ରାଉନସୁଗାର ଓ ନଗଦ ୨୬ ହଜାର ୨୦୦ ଟଙ୍କା ଜବତ କରିଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏହି ବ୍ରାଉନ ସୁଗାର ବିହାରରୁ ଖୋର୍ଦ୍ଧା ଆସୁଥିବାର କୌଣସି ସୂତ୍ରରୁ ଖବର ପାଇ ସଦର ଏସଡିପିଓ, ଟାଉନ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଗଡ଼ହଳଦିଆ ନିକଟରେ ଚଢ଼ଉ କରିଥିଲେ ବୋଲି ଆଦର୍ଶ ଥାନା ପରିସରରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଦିଲୀପ ଦାସ ସୂଚନା ଦେଇଛନ୍ତି ।
