ସରିଲା ଅନନ୍ତ-ରାଧିକା ନିର୍ବନ୍ଧ, ଜନ୍ମଜନ୍ମର ହେବେ ସାଥୀ
ମୁମ୍ବାଇ : ରିଲାଏନ୍ସ ମୁଖ୍ୟ ମୁକେଶ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଓ ବିରେନ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚ୍ଚାଣ୍ଟ ନିର୍ବନ୍ଧ । ଗତ ଗୁରୁବାର ମୁମ୍ବାଇ ସ୍ଥିତ ଅମ୍ବାନୀଙ୍କ ବାସଭବନରେ ପରିବାର ଓ ବନ୍ଧୁବର୍ଗଙ୍କ ଉପସ୍ଥିତିରେ ଉଭୟଙ୍କ ନିର୍ବନ୍ଧ ହୋଇଛି। ସେହିପରି ଗତ ଡିସେମ୍ବର ୨୯ ତାରିଖରେ ରାଜସ୍ଥାନର ନାଥଦ୍ୱାର ମନ୍ଦିରରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। ହେଲେ ଆଜି ପରିବାର ବର୍ଗଙ୍କ ଉପସ୍ଥିତିରେ ଔପଚାରିକ ଭାବେ ନିର୍ବନ୍ଧ ଉତ୍ସବ ପାଳନ କରାଯିବ ସହ ଫଟୋ ଶେସନ ହୋଇଛି। ଏହି ଅବସରରେ ଉଭୟ ପରିବାର ପରସ୍ପରକୁ ଉପହାର ଦେଇ କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ। ଏହାପରେ ହିଁ ମୁଦି ପିନ୍ଧା ହୋଇଥିଲା।
ନିର୍ବନ୍ଧ ସମୟରେ ପରମ୍ପରା ଅନୁସାରେ ଆଜି ସନ୍ଧ୍ୟାରେ ଗୋଲ ଧନ ଏବଂ ଚୁନରୀ ବିଧିର ପାଳନ ହୋଇଥିଲା। ଅମ୍ବାନୀଙ୍କ ପରିବାର ପକ୍ଷରୁ ନୀତା ଅମ୍ବାନୀଙ୍କ ନେତୃତ୍ୱରେ ନୃତ୍ୟ କଳାର ପ୍ରଦର୍ଶନ କରାଯାଇଥିଲା। ବଡ଼ ଭଉଣୀ ଇଶା ଅମ୍ବାନୀ ଓ ପରିବାର ପୂର୍ବରୁ ରାଧିକାଙ୍କ ଘରେ ପହଞ୍ଚି ସାରିଥିଲେ। ମାର୍ଚାଣ୍ଟ ପରିବାର ମଧ୍ୟ ସେମାନଙ୍କୁ ସ୍ୱାଗତ କରିଥିଲେ। ଏହାପରେ ଭାବି ଦମ୍ପତିଙ୍କୁ ଶ୍ରୀ କୃଷ୍ଣ ମନ୍ଦିରକୁ ନେଇ ଆଶୀର୍ବାଦ ନେବାକୁ କୁହାଯାଇଥିଲା।
ଆଜି ପାରମ୍ପରିକ ଭାବେ ଲଗ୍ନ ପତ୍ରିକା ପଢ଼ିବା ପରେ ଗଣେଶ ପୂଜାରୁ ନିର୍ବନ୍ଧ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଇଶା ଅମ୍ବାନୀ ମୁଦି ପିନ୍ଧା କାର୍ଯ୍ୟକ୍ରମର ଘୋଷଣା କରିଥିଲେ। ଏହାପରେ ଅନନ୍ତ ରାଧିକାଙ୍କୁ ମୁଦି ପିନ୍ଧାଇଥିଲେ। ମୁକେଶ ଓ ନୀତାଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଆମେରିକାର ବ୍ରାଉନ ୟୁନିଭର୍ସିଟିରେ ଗ୍ରାଜୁଏଟ୍ ପାସ୍ କରିଛନ୍ତି। ଏହାପରେ ସେ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ବିଭିନ୍ନ ଦାୟିତ୍ୱ ସମ୍ଭାଳୁଛନ୍ତି। ସେ ବର୍ତ୍ତମାନ ରିଲାଏନ୍ସର ଏନର୍ଜୀ ବିଜ୍ନେସ ସମ୍ଭାଳୁଛନ୍ତି। ସେହିପରି ଶୈଳା ଓ ବିରେନ ମାର୍ଚାଣ୍ଟଙ୍କ ଝିଅ ରାଧିକ ନ୍ୟୁୟର୍କ ୟୁନିଭର୍ସିଟିରେ ଗ୍ରାଜୁଏସନ ସାରିବା ପରେ ବୋର୍ଡ ଅଫ୍ ଏନକୋର ହେଲ୍ଥ କେୟାର ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି।
ସୂଚନା ଅନୁଯାୟୀ, ଡିସେମ୍ବର ୨୯ରେ ରାଜସ୍ଥାନର ରାଜସମନ୍ଦ ଜିଲାର ନାଥୱାରା ଠାରେ ଅବସ୍ଥିତ ଶ୍ରୀନଥଜୀ ମନ୍ଦିରରେ ପରିବାର ଓ ପ୍ରିୟଜନଙ୍କ ଉପସ୍ଥିତିରେ ଅନନ୍ତ ଏବଂ ରାଧିକାଙ୍କ ରୋକା ସମାରୋହ ଅନୁଷ୍ଠିତ ହୋଇଥିଲା । ରାଧିକ ଜଣେ ପ୍ରଶିକ୍ଷିତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ମଧ୍ୟ। ରାଧିକା ମର୍ଚ୍ଚାଣ୍ଟ ଏନକୋର ହେଲଥ କେୟାର ସିଇଓ ବିରେନ ମର୍ଚ୍ଚାଣ୍ଟ ଏବଂ ଶିଲା ମର୍ଚ୍ଚାଣ୍ଟଙ୍କ ଝିଅ । ରାଧିକାଙ୍କ ପିତା ବିରେନ ମଧ୍ୟ ଦେଶର ଧନୀ ବ୍ୟକ୍ତିମାନଙ୍କ ମଧ୍ୟରେ ଜଣେ। ମୁମ୍ବଇରେ ରାଧିକାଙ୍କ ପାଠପଢା । ଏହା ପରେ ସେ ଉଚ୍ଚ ଶିକ୍ଷା ପାଇଁ ପାଇଁ ନ୍ୟୁୟର୍କ ଯାଇଥିଲେ। ରାଧିକା ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ସ୍ନାତକ ହାସଲ କରିଥିବା ବେଳେ ଏନକୋର ହେଲଥ କେୟାର ନିର୍ଦ୍ଦେଶକ ମଣ୍ଡଳୀରେ କାର୍ୟ୍ୟ କରନ୍ତି । ସେହିପରି ଅନନ୍ତ ଆମେରିକାର ବ୍ରାଉନ୍ ୟୁନିଭରସିଟିରୁ ତାଙ୍କର ଅଧ୍ୟୟନ ସମାପ୍ତ କରିଥିଲେ। ଅନନ୍ତ ଜିଓ ପ୍ଲାଟଫର୍ମ ଓ ରିଲାଏନ୍ସ ରିଟେଲ୍ ଭେଞ୍ଚର ନିର୍ଦ୍ଦେଶକ ମଣ୍ଡଳୀରେ କାର୍ୟ୍ୟ କରିଛନ୍ତି । ବର୍ତ୍ତମାନ ସେ ରିଲାଏନ୍ସର ପାୱାର ସେକ୍ଟରରେ କାର୍ଯ୍ୟ କରୁଛନ୍ତି।
