ସାମ୍ବାଦିକଙ୍କୁ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର
ଯାଜପୁର : ଖବର ସଂଗ୍ରହ କରିବାବେଳେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ଯାଜପୁର ଜିଲାପାଳଙ୍କ ଆବାସୀ କାର୍ଯ୍ୟାଳୟ ସମ୍ମୁଖରେ ଖବର ସଂଗ୍ରହ କରୁଥିବା ସମୟରେ ସାମ୍ବାଦିକ ସଞ୍ଜିବ କୁମାର ନାୟକଙ୍କ ଯାଜପୁର ଥାନା ଅଧିକାରୀ ଅଜୟ କୁମାରଜେନା ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରିଯାଜପୁର ପ୍ରେସ୍ କ୍ଲବର ସଦସ୍ୟମାନେ ଯାଜପୁର ଏସ୍ଡ଼ିପିଓ ଅଫିସ୍ରେ ପହଂଚି ଏସ୍ପିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଘଟଣାର ତଦନ୍ତକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବିହୋଇଛି ।
