ଗୃହ ଓ କ୍ରୀଡା ରାଷ୍ଟ୍ରମନ୍ତ୍ରୀଙ୍କ ଘରକୁ ଅଣ୍ଡାମାଡ଼
ଭୁବନେଶ୍ୱର : ମହିଳା କ୍ରିକେଟ୍ର ରାଜଶ୍ରୀ ସ୍ୱାଇଁ ମୃତ୍ୟୁ ଏବଂ ଭୁବନେଶ୍ୱରରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାକୁ ବିରୋଧ କଲା ଛାତ୍ର କଂଗ୍ରେସ । ଛାତ୍ର କଂଗ୍ରେସ କର୍ମୀ ମାନେ ଏହି ୨ଟି ଘଟଣାକୁ ପ୍ରତିବାଦ କରି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଘର ଉପରକୁ ଅଣ୍ଡାମାଡ଼ କରିଛନ୍ତି । । ଛାତ୍ର କଂଗ୍ରେସ କର୍ମୀ ମାନେ ଏହି ଘଟଣାର ପ୍ରତିବାଦ କରିବା ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ।
