ଇାବା ହରେକୃଷ୍ଣ ଦାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ପୁରୁଷ ବିଶ୍ୱକପ୍ ହକି ସଚେତନତା କାର୍ଯ୍ୟ୍ରକମ
ଯାଜପୁର : ଯାଜପୁର ବ୍ଲକ ଅନ୍ତର୍ଗତ ବାବା ହରେକୃଷ୍ଣ ଦାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ପୁରୁଷ ବିଶ୍ୱକପ୍ ହକି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ରାଜେଶ କୁମାର କରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ଅଧ୍ୟକ୍ଷାପକ ସଚିକାନ୍ତ ପାଣିଗ୍ରାହୀ, ଅକ୍ଷୟ କୁମାର ସ୍ୱାଇଁ, ଶାରଦା ପ୍ରସାଦ କର, ମନୋରଞ୍ଜନ ମଲିକ, ସୁଶାନ୍ତ କୁମାର ମିଶ୍ର, ଅଧ୍ୟାପିକା ବିନୋଦିନୀ ଧଳ, ବୀଣାପାଣି ମହାପାତ୍ର, ସମାପିକା ସଂଗ୍ରାମ ସିଂ, କ୍ରୀଡ଼ା ଶିକ୍ଷକ ଶେଖ୍ ଲିୟାକତ୍ ଅଲ୍ଲି, ଅନୀଲ କୁମାର ପାଢ଼ୀ, ସୁନାକର ପରମାଣିକ ପ୍ରମୁଖ ଉପସ୍ଥିତ ରହି ସଚେତନତା କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ । ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ ।
