ସାଲିସ ବିହୀନ ସାମ୍ବାଦିକତା ସମାଜରେ ସୁଧାର ଆଣେ ସ୍ୱର୍ଗତ ମଳୟ ମହାନ୍ତଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ
ବାରିପଦା : ସାଲିସ ବିହୀନ ସାମ୍ବାଦିକତା ସମାଜରେ ସୁଧାର ଆଣିଥାଏ ବୋଲି ମୟୂରଭଞ୍ଜ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ମଳୟ ମହାନ୍ତଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକୀରେ ମତ ପ୍ରକାଶ ପାଇଛି । ସ୍ଥାନୀୟ ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ବରିଷ୍ଠ ସାମ୍ବାଦିକ ହରିଶ ଚନ୍ଦ୍ର ନନ୍ଦ ଗୋସ୍ୱାମୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ଯୋଗଦେଇଥିବା ସାମ୍ବାଦିକ ଗଣ ଏହା କହିଛନ୍ତି । ପ୍ରାରମ୍ଭରେ ଉପସ୍ଥିତ ବ୍ୟକ୍ତିବଶେଷ ଓ ସାମ୍ବାଦିକ ସ୍ୱର୍ଗତ ମହାନ୍ତଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକ ପାତ କରିଥିଲେ। ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଅରୁଣ ଓତା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସାମ୍ବାଦିକ ସୌରଭ ପଟ୍ଟନାୟକ, ନିଳାଦ୍ରୀ ବିହାରୀ ଦଣ୍ଡପାଟ, ଦୀପକ କୁମାର ନାୟକ, ତପନ ପତି, ମାଣିକଲାଲ ପାଣି ଓ ରମାନାଥ ବାରିକ ପ୍ରମୁଖ ସ୍ବର୍ଗତ ମଳୟ ମହାନ୍ତଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକ ପାତ କରିଥିଲେ। ସାମ୍ବାଦିକତାରେ ଶ୍ରୀ ମହାନ୍ତ ଜଣେ ଅନୁଷ୍ଠାନ। ନିଜେ ଅନେକ ସାମ୍ବାଦିକଙ୍କୁ ସାମ୍ବାଦିକତା ଶିଖାଇବା ସହିତ ତାଙ୍କର ନିର୍ଭୀକ ସାମ୍ବାଦିକତା ଆଜି ଯୁବ ସାମ୍ବାଦିକଙ୍କ ପାଇଁ ସବୁଦିନେ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ସମସ୍ତେ ମତପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ‘ସକାଳ’ ଉତ୍ତର ଓଡିଶା ସଂସ୍କରଣରବ୍ୟୁରୋ ମୁଖ୍ୟ ଅସୀମ ମହାପାତ୍ରଙ୍କ ସମେତ ସାମ୍ବାଦିକ ସୁକାନ୍ତ କୁମାର ସାହୁ, ରଞ୍ଜନ କୁମାର ଦାଶ, ସଞ୍ଜୟ ମିଶ୍ର, ଭକ୍ତି ରଞ୍ଜନ ପଣ୍ଡା, ସୁଜିତ କୁମାର ପଟ୍ଟନାୟକ, ସୁକାନ୍ତ ଜୀଉ, ଆଲୋକ ସ୍ୱାଇଁ, ରୂପମ ସ୍ୱାଇଁ, ବିଶ୍ୱଜିତ ଭୂୟାଁ, ସୀତାନାଥ ବେହେରା, ପ୍ରକାଶ ଚନ୍ଦ୍ର ବେହେରା, ମନୋଜ ବେହେରା, ସୁବ୍ରତ ମହାନ୍ତି, ଲଳିତ କୁମାର ବାରିକ, ହରେକୃଷ୍ଣ ପାତ୍ର ଓ ଅଭିଷେକ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ୧ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଶେଷରେ ସାମ୍ବାଦିକ ମନୋଜ କୁମାର ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ।
