ଶୀତବସ୍ତ୍ର ଓ ମାସ୍କ ବଂଟନ କାର୍ଯ୍ୟକ୍ରମ
ଖୋର୍ଦ୍ଧା : ବରୁଣାଇ ଇଣ୍ଡଷ୍ଟ୍ରିଆଲ୍ ଆସୋସିଏସନ୍, ଖୋର୍ଦ୍ଧା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍ ଦ୍ୱାରା ସେହି ଅଂଚଳର ଗରିବ ଓ ଅସହାୟମାନଙ୍କୁ ମାଗଣା ଶୀତବସ୍ତ୍ର, ମାସ୍କ, ସାନିଟାଇଜର ଓ ଗ୍ଲୋବସ୍ ବଂଟନ କରାଯିବା ସହିତ କୋଭିଡ୍ ନ ବ୍ୟାପିବା ପାଇଁ ସତର୍କତା ଅବଲମ୍ବନ କରିବା ପାଇଁ ବୁଝାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆସୋସିଏସନର ସଭାପତି ଶିବନାରାୟଣ ମିଶ୍ର ସଭାପତିତ୍ୱ କରିଥିଲେ । ଖୋର୍ଦ୍ଧା ଥାନାର ଆଇଆଇସି ଉଦ୍ଘାଟନ କରିଥିବାବେଳେ ଇଣ୍ଡଷ୍ଟ୍ରିଆଲ୍ ଫାଣ୍ଡି ଅଧିକାରୀ ଅଞ୍ଜଳି ମଲ୍ଲିକ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଂପାଦିକା ସବିତା ଶତପଥୀ, ଉପସଭାପତି ସୀତାକାନ୍ତ ସାହୁ, କୋଷାଧ୍ୟକ୍ଷ ପ୍ରଦୋଷ ମହାପାତ୍ର ଓ ଦୁର୍ଗା ଚରଣ ନାୟକ, ବିଜୟ କୁମାର ସିଂଘଲ, ସୁରେଶ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।
