ଖେମେସରାରେ ମିଶନ ଶକ୍ତି ଗୃହ ଉଦ୍ଘାଟିତ
ବରଗଡ଼ : ବରଗଡ଼ ଜିଲା ବରପାଲି ବ୍ଲକ ଖେମେସରା ଠାରେ ମିଶନ ଶକ୍ତି ଗୃହ ଉଦ୍ଘାଟିତ ହୋଇଛି । ନାରୀ ସଶକ୍ତି ସଚେତନତା ସଭାର ସରପଞ୍ଚ ରାଜୀବ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିଲେ ।
ସ୍ଥାନୀୟ ସମିତି ସଭ୍ୟ ଗୋକୁଳ ପଧାନ, ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀନା ଥଇତ, ବିଜେଡି ନେତା ଟିକାୟତ ମହତ୍ତମ, ଅବସରପ୍ରାପ୍ତ ଶିକ୍ଷକ ଜଳନ୍ଧର ପଧାନ, ଚାଷୀ ନେତା ମଧୁ ପ୍ରଧାନ, ସିଡିପିଓ ଓ ମିଶନ ଶକ୍ତି ସମ୍ପାଦକ କୁନ୍ତି ପଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏସ୍ଏଚ୍ଜିର କଳ୍ପନା ପାଣିଗ୍ରାହୀ ସଭା ସଂଚାଳନ କରିଥିବା ବେଳେ ସଭ୍ୟମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଉଦ୍ଘାଟନୀ ସଭାରେ ଆଖପାଖ ଅଞ୍ଚଳର ବହୁ ଏସ୍ଏଚ୍ଜି ସଭ୍ୟାମାନେ ଯୋଗ ଦେଇଥିଲେ । ହୀରାଲାଲ ସାହୁ ଧନ୍ୟବାଦ ଦେଇଥିଲେ ।
