ହକି ମହାସମର : ଦକ୍ଷିଣ ଆଫ୍ରିକାକୁ ୨ -୧ ଗୋଲରେ ହରାଇଲା ଫ୍ରାନ୍ସ
ଭୁବନେଶ୍ୱର : ସୋମବାର ହକି ବିଶ୍ୱକପର ଚତୁର୍ଥ ଦିନ । ଆଜି ଗ୍ରୁପ ‘ଏ’ ରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଫ୍ରାନ୍ସ। ତୃତୀୟ କ୍ୱାର୍ଟର ମଧ୍ୟରେ ଉଭୟ ଦଳ ୧-୧ ରେ ବରାବର ଥିବା ସତ୍ତ୍ୱେ ଚତୁର୍ଥ କ୍ୱାର୍ଟରରେ ଫ୍ରାନ୍ସ ଅଧିନାୟକ ଚାରଲେଟ ଭିକ୍ଟରଙ୍କ ଦ୍ୱିତୀୟ ଗୋଲ ବଳରେ ବିଜୟୀ ହୋଇଥିଲା ଫ୍ରାନ୍ସ ।
ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୨ -୧ ଗୋଲରେ ପରାସ୍ତ କରିଛି ଫ୍ରାନ୍ସ। ଏହି ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ପ୍ରଥମାର୍ଦ୍ଧର ଅଷ୍ଟମ ମିନିଟରେ ଫ୍ରାନ୍ସ ପକ୍ଷରୁ ଅଧିନାୟକ ଭିକ୍ଟର ସାର୍ଲଟ ପ୍ରଥମେ ଗୋଲ୍ ଦେଇ ଦଳକୁ ଆଗୁଆ କରିଥିଲେ । କିନ୍ତୁ ପ୍ରଥମାର୍ଦ୍ଧର ୧୫ତମ ମିନିଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ କନ୍ନର ବ୍ୟୁଚାମ୍ପ ଗୋଲଟି ପରିଶୋଧ କରିଦେଇଥିଲେ। ଦ୍ଵିତୀୟ ଓ ତୃତୀୟ କ୍ୱାର୍ଟର ଗୋଲଶୂନ୍ୟ ରହିବା ପରେ ଚତୁର୍ଥ କ୍ୱାର୍ଟର ଶେଷ ଆଡକୁ ଫ୍ରାନ୍ସ ଅଧିନାୟକ ଆଉ ଗୋଟିଏ ଗୋଲ ଦେଇ ଦଳକୁ ବିଜୟୀ କରାଇଥିଲେ। ଦକ୍ଷିଣ ଆଫ୍ରିକା ଦଳ ତରଫରୁ ବେଆଉଚମ୍ପ କଂନୋର ହିଁ ଏକମାତ୍ର ଗୋଲ କରିଥିଲେ।
