୨୧ ତମ ଝାରସୁଗୁଡା ଜିଲା ମହୋତ୍ସବ ଦୁଲଦୁଲିର ୩ୟ ସଦ୍ଧ୍ୟାର ମୁଖ୍ୟ ଆକର୍ଷଣ ବାକୁଡାଫୋକ
ଝାରସୁଗୁଡା : ଝାରସୁଗୁଡା ଜିଲା ମହୋତ୍ସବ ଦୁଲଦୁଲି ୨୧ ତମର ୩ୟ ଦିନର ସଦ୍ଧ୍ୟା ରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଦୀପକ କୁମାର ଆରକ୍ଷୀ ମହାନିରୀକ୍ଷକ (ଉତରାଚଂଳ)ସମ୍ମାନୀୟ ଅତିଥି ଭାବରେ ଜିଲା ଏସ.ପି ରାହୁଲ ଜୈନ, ଡିଏଫ୍ଓ ଲଳିତ ପାତ୍ର, ଉପ-ଜିଲାପାଳ କିଶୋରଚନ୍ଦ୍ର ସ୍ୱାଇଁ, ଭୋଜରାଜ ପଟେଲ, ଅଧ୍ୟକ୍ଷ ପଚାଂୟତ ସମିତି କୁଲାବିରା, ସଂଜିତ ନାୟକ ଅଧ୍ୟକ୍ଷ ପଚଂୟତ ସମିତି ଲଇକେରା, ଦେବୀ ପ୍ରସାଦ ଉପ-ସଭାପତି ଅଲଟ୍ରାଟେକ ସିମେଟ୍, ମହାମାୟା ଶୁକ୍ରା ନିର୍ବାହୀ ଅଧିକାରୀ ଏସ.ଏମ.ସି , ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତପିରାମ ମାଝିଙ୍କ ଏକ ସଭାପତିତ୍ୱ ରେ ସଭା ଅନୁଷ୍ଠିତ ହୋଇ ଥିଲା ।
ଚଳିତ ମାସରେ ହକି ବିଶ୍ୱକପ୍ ପରିପେକ୍ଷୀ ଜିଲାରେ ଅନୁଷ୍ଠିତ ଜିଲାସ୍ତରୀୟ ପ୍ରତିଯୋଗିତା ଫୁଟବଲରେ ଚମ୍ଫିଆନ ହୋଇ ଥିବା କୁଲାବିରା ବ୍ଳକ, ରନର୍ସଅପ ଦଳ ଭାବରେ ଲଇକେରାବ୍ଳକ, କ୍ରିକେଟ ରେ ଚମ୍ଫିଆନ ହୋଇ ଥିବା ବ୍ରଜରାଜନଗର ପୌରପରିଷଦ ରନର୍ସଅପ ଦଳ ଭାବରେ ଝାରସୁଗୁଡା ପୌରପରିଷଦ, ଖୋଖୋ ମହିଳାବର୍ଗରେ ଚମ୍ଫିଆନ ଝାରସୁଗୁଡା ବ୍ଳକ, ରନର୍ସଅପ ଦଳ ଭାବରେ କୁଳାବିରା ବ୍ଳକ, କବାଡି ବାଳକ ବିଭାଗରେ ଚମ୍ଫିଆନ ବ୍ରଜରାଜନଗର ପୌାରପରିଷଦ, କବାଡି ବାଳିକା ବିଭାଗରେ ଚମ୍ଫିଆନ କୁଳାବିରା ବ୍ଳକ, ରନର୍ସଅପ ଦଳ ଭାବରେ ଲଇକେରା ବ୍ଳକ, ହକି ବାଳକ ବିଭାଗରେ ଚମ୍ଫିଆନ ଝାରସୁଗୁଡା ପୌର ପରିଷଦ ରନର୍ସଅପ ଦଳ ଭାବରେ କିରିମିରା ବ୍ଳକ, ହକି ବାଳିକା ବିଭାଗରେ ଚମ୍ଫିଆନ ଝାରସୁଗୁଡାପୌର ପରିଷଦ ହୋଇ ଥିବା ବେଳେ ରନର୍ସଅପ ଦଳ ଭାବରେ କିରିମିରା ବ୍ଳକ, ଏହି ଦଳ ମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ମାନେ ଟ୍ରଫି ପ୍ରଦାନ କରି ଥିଲେ । ଏହା ସହିତ ହକି ଖେଳ ପରିଚାଳନା କରି ଥିବା ପରିଚାଳକ ଜୟପ୍ରକାଶ କୁଜୁର, ସିମନ ବରୁଆ, ମଞ୍ଜୁ ଲାକ୍ରା, ଅଶୋକ ଡୁଙ୍ଗଡୁଙ୍ଗ, ଅଜୟ ପାଣ୍ଡେ ଓ ସୁଜିତ କୁମାର ମାନଙ୍କୁ ପୁରସ୍କୁୃତ କରା ଯାଇ ଥିଲା । ତାପସ ରାୟ ଚଉଧୁରା ମଚଂ ପରିଚାଳନା କରି ଥିବା ବେଳେ ସନ୍ଦିପ ଅଗସ୍ତି ସଂ୍ଯୋଜନା କରି ଥିଲେ । କୁଲାବିରା ବ୍ଳକ ର ସମ୍ବଲପୁରୀ , ପାଲା ସମାସିଙ୍ଗା ଝାରସୁଗୁଡା ଦ୍ୱାରା ଆବହ ଆଳତୀ ଭରନୀ, ସାସ୍କୃତିକ କାର୍ଯ୍ୟକ୍ରମ ହୋଇଥିବା ବେଳେ ଭୂବନେଶ୍ୱର ନୃତ୍ୟସାଧନା ଦ୍ୱାରା ବାଗୁଡା ଫୋକ କଲିକତା ର ଲୋକ ନୃତ୍ୟ, ପଜ୍ଞାବ ର ବାଙ୍ଗଡା, ଖୋର୍ଦ୍ଧାର ପାଇକନାଚ ଦର୍ଶକଙ୍କୁ ବାନ୍ଧି ରଖିଥିଲା ।
