ଦେବୋତର କମିଶନର ପୂର୍ବତନ ସଚିବଙ୍କ ପରଲୋକ
ଭୁବନେଶ୍ୱର : ଓଡ଼ିଶା ଦେବୋତର କମିଶନରଙ୍କ ଅବସରପ୍ରାପ୍ତ ସଚିବ ଜାମିନୀକାନ୍ତ ସ୍ୱାଇଁଙ୍କର ୮୪ବର୍ଷ ବୟସରେ ତାଙ୍କ ସାମନ୍ତରାପୁର ବାସଭବନରେ ପରଲୋକ ହୋଇଯାଇଛି । ତାଙ୍କର ପତ୍ନୀଙ୍କ ସମେତ ଦୁଇ ପୁଅ ଓ ଚାରି ଝିଅ ଅଛନ୍ତି । ନିଜ ଗ୍ରାମ ସାଲେପୁର ବ୍ଲକ ନିକଟସ୍ଥ ବାରବୋଡ଼ିଆ ଗ୍ରାମରେ ତାଙ୍କର ଶବ ସତ୍କାର କରାଯାଇଥିଲା । ଜ୍ୟେଷ୍ଠ ପୁତ୍ର ନିତ୍ୟ ପ୍ରକାଶ ସ୍ୱାଇଁ ମୁଖାଗ୍ନି ଦେଇଥିଲେ । ବାରବୋଡ଼ିଆ ଗ୍ରାମର ଉ.ପ୍ରା. ମଧ୍ୟ ଇଂରାଜୀ ବିଦ୍ୟାଳୟର ସେ ପ୍ରତିଷ୍ଠାତା ଥିଲେ । ସେ ବହୁ ଜନହିତ କାର୍ଯ୍ୟରେ ସେ ନିଜକୁ ସମ୍ପୃକ୍ତ ରଖିଥିଲେ । ସେ ଜଣେ ସରଳ, ମିଷ୍ଟଭାଷୀ, ଧର୍ମପରାୟଣ ବ୍ୟକ୍ତି ଭାବେ ସୁପରିଚିତ ଥିଲେ । ତାଙ୍କ ବିୟୋଗରେ ଭୁବନେଶ୍ୱର ସମେତ ସାଲେପୁର ଅଂଚଳରେ ଶୋକର ଛାୟା ଖେଳିଯାଇଅଛି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପତ୍ନୀ, କନିଷ୍ଠ ପୁତ୍ର ସତ୍ୟପ୍ରକାଶ ସ୍ୱାଇଁ, ଜ୍ୱାଇଁ- ବ୍ରଜବନ୍ଧୁ ମହାନ୍ତି, ଇଂ. ଅନୀଲ୍ ସ୍ୱାଇଁ, ପ୍ରଦୀପ୍ତ ସ୍ୱାଇଁ, ସଂଜୀବ ରାଉତରାୟ, ଝିଅ- ପ୍ରଣତି, କଲ୍ୟାଣୀ, ପ୍ରତିତୀ, ପ୍ରମିତୀ, ଭାଣିଜୀ ଜ୍ୱାଇଁ- ପ୍ରଫେସର ମଧୁସୂଦନ ନାୟକ, ଭାଣିଜୀ- ପ୍ରଗତି, ଭଣଜା- ଆଡ୍ଭୋକେଟ୍ ଅଶ୍ୱିନୀ ପ୍ରଧାନ, ଭାଇ- ପ୍ରଶାନ୍ତ ରାଉତରାୟ, କେଦାରନାଥ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।
