ରାଷ୍ଟ୍ରବ୍ୟାପୀ କରୋନା ଟୀକାକରଣକୁ ଦୁଇ ବର୍ଷ ପୁରିଲା ବିଶ୍ୱ ଇତିହାସରେ ସବୁଠାରୁ ବଡ ଟୀକାକରଣ ଅଭିଯାନ
ଦୁଇ ବର୍ଷରେ ସାରା ଦେଶରେ ଲଗା ଗଲା ୨୨୦.୧୬ କୋଟି ଟୀକା
ନୂଆଦିଲ୍ଲୀ : କରୋନା ଭ୍ୟାକ୍ସିନ ଲଗା ଯିବା ଆରମ୍ଭ ପ୍ରକ୍ରିୟାକୁ ଦୁଇ ବର୍ଷ ପୂରଣ ହୋଇଛି । ଏହା ବିଶ୍ୱର ଇତିହାସରେ ସବୁଠାରୁ ବଡ ଟୀକାକରଣ ଅଭିଯାନ ସାବ୍ୟସ୍ତ ହୋଇଛି । ଏହି ସମୟ ମଧ୍ୟରେ ମୋଟ ୨୨୦.୧୬ କୋଟି ଟୀକା ଲଗାଯାଇଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମନସୁଖ ଭାଇ ମଣ୍ଡାଭିଆ ଟ୍ୱିଟ କରି କହିଛନ୍ତି ଯେ – ବିଶ୍ୱର ସବୁଠାରୁ ବଡ ଓ ସଫଳ ଟୀକାକରଣ ଅଭିଯାନ ଲଗାତାର କ୍ଷୀପ୍ର ଗତିରେ ପ୍ରତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରିବାରେ ଲାଗିଛି । ଭାରତର ଏହି ଟୀକାକରଣ ଅଭିଯାନକୁ ଇତିହାସର ପୁସ୍ତକରେ ସବୁବେଳେ ସ୍ମରଣ କରାଯିବ ବୋଲି ସେ ଉଲ୍ଲେଖ କରିଛନ୍ତି । ସେ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସବକା ପ୍ରୟାସର ମନ୍ତ୍ର ସହିତ ଆରମ୍ଭ ହୋଇଥିବା ଏହି ଟୀକାକରଣ ଅଭିଯାନ ସାରା ବିଶ୍ୱକୁ ଦେଖାଇ ଦେଇଛି ଯେ ଏକତାର ସହିତ ଆମେ ଯେ କୌଣସି ଲକ୍ଷ୍ୟକୁ ପ୍ରାପ୍ତ କରି ପାରିବା । ଏହି ଯାତ୍ରାରେ ବିଭିନ୍ନ ଆହ୍ୱାନ ର ମୁକାବିଲା କରି ଟୀକାକରଣ ଅଭିଯାନକୁ ଦୂରଦୂରାନ୍ତ ଯାଏ ପହଂଚା ଯଟାଇ ପାରିଛଟି । ମୋଦୀ ସରକାର ସମସ୍ତଟଙ୍କ ପାଇଁ ଭ୍ୟାକ୍ସିନ ସୁନିଶ୍ଚିତ କରିବା ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ନେଇଛନ୍ତି । ଏହାକୁ ନେଇ ଆମର ଡାକ୍ତର, ଇନୋଭେଟର, ହେଲ୍ଖକେୟାର, ଫ୍ରଂଟ ଲାଇନ ୱାର୍କର ଓ ଟୀକାକରଣ ଅଭିଯାନ ସହ ଜଡିତ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।
