ଭାରତର କରୋନା ଟୀକାକରଣ ଅଭିଯାନ ସାରା ବିଶ୍ୱ ପାଇଁ ଏକ ମଡେଲ – ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର : ଭାରତର କରୋନା ଟୀକାକରଣ ଅଭିଯାନ ସାରା ବିଶ୍ୱ ପାଇଁ ଏକ ମଡେଲ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା,ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଟ୍ୱିଟ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଯେଉଁ ବେଗରେ ଓ ଯେଉଁ ମାତ୍ରାରେ ଭାରତରେ କରୋନା ଟୀକାକରଣ ଅଭିଯାନ କରାଯାଇଛି ତାହା ସମ୍ପୂର୍ଣ ବିଶ୍ୱ ପାଇଁ ଏକ ମଡେଲ । କରୋନା ଟୀକାକରଣ ଅଭିଯାନର ଦୁଇ ବର୍ଷ ପୂର୍ତି ଅବସରରେ ଆମର ସାମୁହିକ ସଂକଳ୍ପ ଓ ଭାବନାକୁ ନେଇ ପ୍ରସନ୍ନ ହେବାର ଆଉ ଏକ ସମୟ ବୋଲି ସେ ସେ କହିଛନ୍ତି ।
