କାର ଦୁର୍ଘଟଣା, ୩ ଆହତ, ଜଣେ ଗୁରୁତର୍
ଯାଜପୁର : ଦଶରଥପୁର ଥାନା ଅନ୍ତର୍ଗତ ଦଶରଥପୁର ଡାକ କାର୍ଯ୍ୟାଳୟ ନିକଟରେ ଏକ କାର ରାସ୍ତା ପାଶ୍ୱର୍ରେ ଥିବା ବାଉଁ ଭାଡ଼ିରେ ପିଟି ହୋଇଯିବା ହେତୁ କାରରେ ଥିବା ୫ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣେ ଗୁରୁତର ଓ ୩ ଜଣ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି । ସୂଚନାମୁତାବକ ମଙ୍ଗଳପୁର ଥାନା ବିରିପଟା ପଞ୍ଚାୟତ ଚାଉଳିଆ ଗ୍ରାମର ଡାକ୍ତର ବିମଳ ମହାପାତ୍ର ତାଙ୍କ ପରିବାର ସହିତ ଆରଡ଼ି ଆଖଣ୍ଡଳମଣୀ ମନ୍ଦରରୁ ନିଜ କାର ଚଳାଇ ଯାଜପୁର ଟାଉନ ଫେରୁଥିଲେ । ୨୦ନଂ. ଜାତୀୟରାଜପଥ ଦଶରଥପୁର ଡାକ କାର୍ଯ୍ୟାଳୟ ନିକଟରେ ହଠାତ୍ ଏକ ବାଛୁରି ତାଙ୍କ କାର ସମ୍ମୁଖକୁ ଆସିଯିବାରୁ ଶ୍ରୀ ମହାପାତ୍ର କାରରୁ ନିୟନ୍ତ୍ରଣା ହରାଇବା ସହିତ ରାସ୍ତା ବାମପାଶ୍ୱର୍ରେ ଥିବା ବାଉଁଶ ଭାଡ଼ିରେ ପିଟି ହୋଇଥିଲେ । ଫଳରେ କାର୍ ଆଗ ସିଟ୍ରେ ବସିଥିବା ତାଙ୍କ ପୁଅ ଚନ୍ଦ୍ରକାନ୍ତ (୩୪)ଙ୍କ ମୁଣ୍ଡ ଓ ଛାତି ସମେତ ଆଖିରେ ଗଭିର କ୍ଷତ ସୃଷ୍ଟି ହୋଇଥିଲା । ସେହିପରି ପଛ ସିଟ୍ରେ ବସିଥିବା ତାଙ୍କ ପତ୍ନୀ, ବୋହୂ ଓ ନାତି ଆହତ ହୋଇଥିଲେ । ସମସ୍ତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଦଶରଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଚନ୍ଦ୍ରକାନ୍ତଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ୱରର ଏକ ବେସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି ।
