ଗୁହାଳ ପୋଡି ୩ ଗାଈ ମୃତ ଓ ୩ ଆହତ
ଯାଜପୁର : ଦଶରଥପୁର ତହସିଲ ଅନ୍ତର୍ଗତ କମାରଢ଼ିହି ଗ୍ରାମରେ ବିଳମ୍ବିତ ରାତ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ଏହି ଅଗ୍ନିକାଣ୍ଡରେ ଗ୍ରାମର କୃଷ୍ଣଭାନୁ ବାରିକଙ୍କ ଗୁହାଳଟି ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଗୁହାଳରେ ବନ୍ଧା ହୋଇଥିବା ତିନୋଟି ଗାଈ ମୃତ୍ୟୁବରଣ କରିଛନ୍ତି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ଗୁରୁତର ଅବସ୍ଥାରେ ବୃଷଭାନୁଙ୍କ ପଡୋଶୀ ଗୁହାଳ ଭିତରୁ ଦୁଇଟି ଆହତ ଗାଈଙ୍କୁ ଉଦ୍ଧାର କରିଥିଲେ । ଖବର ପାଇ ଦଶରଥପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ôଚ ନିଆଁକୁ ଆୟତ କରିଥିଲା । ଗୁହାଳ ପୋଡ଼ିରେ ଗାଈଙ୍କ ମୃତ୍ୟୁ ପରେ ଗୋପାଳନ କରି ପରିବାର ପ୍ରତିପୋଷଣ କରୁଥିବା ବୃଷଭାନୁ ସମ୍ପୂର୍ଣ୍ଣ ଅସହାୟ ହୋଇ ପଡ଼ିଥିବାରୁ ତାଙ୍କୁ ତୁରନ୍ତ କ୍ଷତିପୁରଣ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତ ।
