ମିନତୀ ଆଶ୍ ଓ ଇଶାନ ଚନ୍ଦ୍ର ଆଶ ଦମ୍ପତ୍ତିଙ୍କ ତରଫରୁ ଶ୍ରେଷ୍ଠ ସ୍ନାତକ ପଦାର୍ଥ ବିଜ୍ଞାନ ସୃତ୍ତି ଓ ସମ୍ମାନ ପୁରସ୍କାର
ବାଲେଶ୍ୱର : କଥା ପୁରୁଷ ଫକୀରମୋହନ ସେନାପତିଙ୍କର ୧୮୧ତମ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ଫକୀରମୋହନ କଲେଜରେ ଏକ ସମାବେଶରେ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ପଦାର୍ଥ ବିଜ୍ଞନର ମେଧାବୀ ଛାତ୍ର ଅମିତ ମାନ୍ନାଙ୍କୁ ଆଶ ଦମ୍ପତ୍ତିଙ୍କ ମେମୋରିଆଲ ପୁରସ୍କାର ସ୍ୱରୂପ ଏକ ମାନପତ୍ର ଓ ୫ହଜାର ଟଙ୍କା ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ, ପ୍ରଫେସର ଡ. ମଣିନ୍ଦ୍ର ମେହେର, ପ୍ରହ୍ଲାଦ ମହାନ୍ତି ଓ ଅନ୍ୟାନ୍ୟ ବହୁ ବିଶିଷ୍ଟ ଶିକ୍ଷାବିତ୍ଙ୍କ ଉପସ୍ଥିତିରେ ଅବସରପ୍ରାପ୍ତ ଆସୋସିଏଟ୍ ପ୍ରଫେସର ତଥା ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପରୀକ୍ଷା ନିୟନ୍ତ୍ରକ ଡ. ଦେବବ୍ରତ ଆଶ୍ଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଛି । ନୂରପୁର ରୋଡ୍ ସ୍ଥିତ ୰ ଈଶାନ ଚନ୍ଦ୍ର ଆଶ୍ ଓ ମିନତୀ ଆଶ୍ଙ୍କ ତରଫଣୁ ଡ. ଦେବବ୍ରତ ଆଶ୍ଙ୍କ ଦ୍ୱାରା ପ୍ରଦତ୍ତ ଜମାରାଶିର ସୁଧ ବାବଦରେ ପ୍ରତିବର୍ଷ ପଦାର୍ଥ ବିଜ୍ଞାନ ସ୍ନାତକରେ ସର୍ବୋଚ୍ଚ ନମ୍ବରଧାରୀ ମେଧାବୀ ଛାତ୍ରୀଛାତ୍ରଙ୍କୁ କଲେଜ କର୍ତ୍ତୃପକ୍ଷ ଚୟନ କରି ଅର୍ଥ ରାଶି ଓ ମାନପତ୍ର ପ୍ରଦାନ କରିବାର ବ୍ୟବସ୍ଥା କରିଥାନ୍ତି । ମାନ୍ନା ପରିବାର ତରଫରୁ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ, ସହଯୋଗୀ ଓ ଆଶ ପରିବାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।
